Posts

Showing posts from August 3, 2024

ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ ପକ୍ଷରୁ ଆଇନ ସଚେତନତା ଶିବିର l

Image
ଯାଜପୁର :-ତା: ୦୨,୦୮,୨୦୨୪ରିଖ ଶୁକ୍ରବାର ଜିଲ୍ଲା ଓ ଦୈରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା ଶିବିର ସିଭିଲ କୋର୍ଟ, ଯାଜପୁର ର ଭିଡ଼ିଓ କନଫେରନସିଂ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଅମୃତ ରଂଜନ ନନ୍ଦ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଫ୍ୟାମିଲି ଜଜ, ଶ୍ରୀଯୁକ୍ତ ସୁନିଲ କୁମାର ଦାସ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ଶ୍ରୀଯୁକ୍ତ ଅଭିଜିତ୍ ପଲେଇ, ଅତିରିକ୍ତ ଜିଲ୍ଲା ଓ ଦୈରାଜଜ୍ ତଥା -ସ୍ପେଶାଲ ଜଜ, ପୋକ୍ସ କୋର୍ଟ, ବରିଷ୍ଟ ଦେୱାନୀ ବିଚାରପତି, ଯାଜପୁର ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧୁରୀ, ଶ୍ରୀମତୀ ମନସ୍ବିନୀ ରଥ ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାରପତି,ଶ୍ରୀମତୀ ଲପାମୁଦ୍ରା ବେହେରା, ବରିଷ୍ଟ ଦେୱାନୀ ବିଚାରପତି (ଏଲ. ଆର ଏବଂ ଏଲ. ଟି.ଭି), ଶ୍ରୀଯୁକ୍ତ ପାର ପାଢୀ ଦେୱାନୀ ବିଚାରପତି, ଯାଜପୁର ଯୋଗ ଦେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାୟ ଗୁଡ଼ିକ କିପରି ଏ.ଆଇ ମାଧ୍ୟମରେ ଆଚଂଳିକ ଭାଷାରେ ଉପଲବ୍ଧ ହୋଇପାରିଛି, ମଧ୍ୟସ୍ଥତା ମାଧ୍ୟମରେ କିପରି ମକଦ୍ଦମା ଗୁଡ଼ିକର ସହଜ ସମାଧାନ କରାଯାଇ ପାରିବ ଏବଂ ଇ-ଫାଇଲିଂ ତଥା ଭିଡ଼ିଓ କନଫେରନସିଂ ରୁଲସ୍ ବିଷୟରେ ଉପସ୍ଥିତ କୋର୍ଟର ଷ୍ଟାପ୍, ପ୍ୟାନେଲ ଲୟର, ପି.