Posts

Showing posts from April 15, 2023

କଳିଙ୍ଗନଗର ରେ ବିଭିନ୍ନ ସ୍ଥାନରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ରେ ଜଳଛତ୍ର କେନ୍ଦ୍ର ର ଶୁଭାରମ୍ଭ l

Image
କଳିଙ୍ଗନଗର : - ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ରେ କଳିଙ୍ଗନଗର ରେ ବିଭିନ୍ନ ସ୍ଥାନରେ ଜଳଛତ୍ର ସହ ପୂଜାପାଠ ହୋଇଯାଇଛି I ଦାନଗଦି ଛକରେ ବଣିକ ସଂଘ ତରଫରୁ ବାଟୋଇ ମାନଙ୍କୁ ଦହିସର୍ବତ ବଣ୍ଟନ କରାଯାଇଥିଲା,ସେହିପରି ମିଲିଟାରୀ ଛକରେ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଯଖପୁରା ଶାଖା ତରଫରୁ ଟଙ୍କ ତୋରାଣୀ ବଣ୍ଟନ କରାଯାଇଥିଲା I ଯଖପୁରା ହନୁମାନ ମନ୍ଦିରରେ ବଜରଙ୍ଗ ଦଳ ତରଫରୁ ପଣା ର ବ୍ୟବସ୍ଥା କରାଯାଇଥିଲା, କଳିଙ୍ଗନଗର ର ସମସ୍ତ କାରଖାନା ଫାଟକ ସମ୍ମୁଖରେ ଫ୍ରିଡମ ଫେଡ଼ିଲେଟି ସାମାଜିକ ସଂଗଠନ ତରଫରୁ ଜଳଛତ୍ର କେନ୍ଦ୍ର ମାନ ଆଜି ଉଦଘାଟନ ହୋଇଥିଲା l ସଂଗଠନ ର ସଂସ୍ଥାପକ ଶାସ୍ତ୍ରୀ ବାହାଦୁର ପ୍ରଧାନ,କଳିଙ୍ଗନଗର ମଜଦୁର ୟୁନିୟନ ର କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୁ,ଦିପ୍ତିମୟୀ କୁଅଁର, ମଣ୍ଟୁ ଚକ୍ର, ସୁବାଶିଷ ପଣ୍ଡା, ଅଶୋକ ମଲ୍ଲିକ ପ୍ରମୁଖ ଯୋଗ ଦେଇ ପଥଚାରୀ ମାନଙ୍କୁ ଦହିପାଣି ବଣ୍ଟନ କରିଥିଲେ l ଏହି ଜଲଛତ୍ର ସହ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ସାରା କଳିଙ୍ଗନଗର ରେ ଚାଲିବ ବୋଲି ଫ୍ରିଡମ ଫେଡ଼ିଲିଟି ତରଫରୁ ସଂସ୍ଥାପକ ଶାସ୍ତ୍ରୀ ବାହାଦୁର ପ୍ରଧାନ ସୂଚନା ଦେଇଛନ୍ତି l