Posts

Showing posts from December 21, 2024

"ଆଗ ବିସ୍ଥାପିତ ପରେ କାରଖାନା" ନୀଳାଚଳ କାରଖାନା ଜନଶୁଣାଣୀ ଶିବିର ରେ ବିରୋଧର ନାରାବାଜି l

Image
  ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ନୀଳାଚଳ କାରଖାନା ର  ୦.୯୮୧ ଏମ ଟିପିଏ ରୁ ୯.୫ ଏମଟିପିଏ କ୍ଷମତା ବୃଦ୍ଧି ପାଇଁ ସମ୍ପ୍ରସାରଣ ର ପରିବେଶ ମଞ୍ଜୁରୀ ସମ୍ବନ୍ଧୀୟ ଜନଶୁଣାଣୀ ପଙ୍କପାଳ ସ୍ଥିତ ଜେସିଡିଏଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୀଳାଚଳ କାରଖାନା ଜନଶୁଣାଣୀ ରେ ସ୍ଥାନୀୟ ସୁକିନ୍ଦା ଓ ଦାନଗଦୀ ବ୍ଲକ ର ଅନେକ ଗ୍ରାମରୁ ଜନସାଧାରଣ ଙ୍କ ସହିତ,ବୁଦ୍ଧିଜୀବୀ, ସପକ୍ଷବାଦୀ ଓ ବିପକ୍ଷବାଦୀ ଯୋଗଦେଇଥିଲେ।ପ୍ରଥମେ ଏନଆଇଏନଏଲ ସିଏଫଓ ସଂଜୀବ କୁମାର ଘୋଷ ଜନଶୁଣାଣି ଆରମ୍ଭରୁ କାରଖାନା ସଂପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ଏବେ କାରଖାନାରେ ଉପଲବ୍ଧ ଉତ୍ପାଦନ କ୍ଷମତା ୦.୯୮୧ ଏମଟିପିଏରୁ ୯.୫ ଏମଟିପିଏ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏନଆଇଏନଏଲର ସଂପ୍ରସାରଣ କରାଯିବ। ଏହି ଆଭ୍ୟନ୍ତରୀଣ ପ୍ଲାଂଟ ସମ୍ପ୍ରସାରଣ ପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ନାହିଁ । ଆଗାମୀ କିଛି ବର୍ଷ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ସମ୍ପ୍ରସାରଣ କରାଯିବ। ଏଥିରେ କଂଚାମାଲ ପରିଚାଳନା, କୋକ ପ୍ଲାଂଟ, ସିଂଟର ପ୍ଲାଂଟ, ବ୍ଲାଷ୍ଟ ଫର୍ଣ୍ଣେସ, ଷ୍ଟିଲ ମେଲଟିଂ ସପ ଏବଂ ରିବାର ଓ ଓୟାର ରଡ୍ ମିଲ୍ ଆଦି ରହିବ। ପରେ ଜନଶୁଣାଣୀ ରେ ଭାଗନେଇ କିଛି ଜନସାଧାରଣ କାରଖାନା ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟ...

ଓଷ୍ଟା ପକ୍ଷରୁ ୪୧ତମ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି l

Image
ଢେଙ୍କାନାଳ, ୨୦/୧୨(ବ୍ୟୁରୋ ରିପୋର୍ଟ) :- ଓଡିଶା ମାଧ୍ଯମିକ ସ୍କୁଲ୍ ଶିକ୍ଷକ ସଂଘ ପକ୍ଷରୁ ୪୧ତମ ଶିଶୁ ମେଳା ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଅଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ ପରିବାରର ସଦସ୍ୟ ରାଜୀବ ଲୋଚନ ସିଂହଦେଓ ଯୋଗଦେଇ ପିଲାମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ ନିମନ୍ତେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ବି.ବି.ଜେ. ସାହୁ ପିଲାମାନଙ୍କୁ ଧୈର୍ଯ୍ୟ ଓ ଶୃଙ୍ଖଳାର ସହିତ କାର୍ଯ୍ୟ କଲେ ସଫଳ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବଜାର ଶାଖାର ପରିଚାଳକ ବିଶ୍ଵ ରଞ୍ଜନ ମହାପାତ୍ର ଯୋଗଦେଇ ଓଷ୍ଟାର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ଭୂୟସୀ ଫ୍ରଶସା କରିଥିଲେ । ଅନ୍ୟତମ ଅତିଥି ଭାବେ ଯୁଧୁଷ୍ଠିର ସାହୁ ସମସ୍ତ କାର୍ଯ୍ୟ ମନଦେଇ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂପାଦକ ବିଭୁତି ସାମଲ, ଶିଶୁମେଳାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲାର ସ୍ଥାୟୀ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପିଲାମାନଙ୍କୁ ମଣିଷ ପରି ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସଦର ଗୋଷ୍ଠୀ ଶିକ୍ଷ...