ବ୍ରିଜ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍ ଡ୍ରାଇଭର ମୃତ l

ଢେଙ୍କାନାଳ :- ଜିଲ୍ଲା ର ପରଜଙ୍ଗ ଥାନା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ରେ ଭାରସ୍ୟାମ ହରାଇ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍ OD 09P 0122 ଡ୍ରାଇଭ ମୃତ I ମୃତକ ଜଣକ ହେଉଛନ୍ତି କେଉଁଝର ଜିଲ୍ଲାର ମାନସ ରଞ୍ଜନ ଧିବର। ସୂଚନ ମୁତାବକ ଟ୍ରକଟି ଆଇରନ୍ ନେଇ କେନ୍ଦୁଝର ପଟୁ ତାଳଚେର ଅଭିମୁଖେ ସକାଳ ପ୍ରାୟ ୫:୩୦ ମି. ସମୟରେ ଯାଉଥିବା ବେଳେ ଜଟିଆ ନିକଟସ୍ଥ ଜଟିଆ ବ୍ରାହ୍ମଣୀ ବ୍ରିଜ ତଳକୁ ଭାରସ୍ୟାମ ହରାଇ ଖସି ପଡ଼ିଥିଲା। ତେବେ ସ୍ଥାନୀୟ ଲୋକ ଦେଖିବା ପରେ ପରଜଙ୍ଗ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି kunal counstruction ର jcb ସହାୟତାରେ ଟ୍ରକ୍ ରେ ଥିବା ଡ୍ରାଇଭର କୁ ମୃତ ଭାବେ ଉଦ୍ଧାର କରିଛନ୍ତି।