ଝାଡେଶ୍ୱର ଜୁନିୟର କଲେଜରେ ବାର୍ଷିକ କ୍ରୀଡ଼ା ଉଦଘାଟିତ l
ଯାଜପୁର (ଦନଗଦୀ) : - ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଟମକା ଥାନାର ଭାରପ୍ରାପ୍ତ ଅଧିକାରୀନି ପ୍ରମୋଦିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ପିଲାମାନଙ୍କୁ ସମ୍ବୋଧିତ କରି କହିଲେ ଯେ "କ୍ରୀଡ଼ା ମାଧ୍ୟମରେ ବ୍ୟକ୍ତିତ୍ୱର ସନ୍ତୁଳିତ ବିକାଶ ସମ୍ଭବ ହୋଇଥାଏ। ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ସମ୍ପର୍କ ପ୍ରତିଷ୍ଠା, ଶୃଙ୍ଖଳା, ସହଯୋଗ, ସମୟାନୁବର୍ତ୍ତିତା ଓ ପାରସ୍ପରିକ ବୁଝାମଣା କ୍ରୀଡ଼ା ମାଧ୍ୟମରେ ହିଁ ହୋଇଥାଏ"। ତେଣୁ ସମସ୍ତେ ଏହି ବାର୍ଷିକ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ର ଜୀବନର ସାର୍ଥକତା ପ୍ରତିପାଦନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏଥିରେ ଅଧ୍ୟାପକ ଡ.କ୍ଷିରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ଲକ୍ଷ୍ମୀଧର ବେହେରା, ଖଗେଶ ଚନ୍ଦ୍ର ଜେନା, ତୋଫାନ ଜେନା, ରଞ୍ଜନ କୁମାର ସାହୁ, ବାଇଧର ସାହୁ, ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ଅଧ୍ୟାପିକା ପାରିଜାତ ମହାନ୍ତି, ସିଲ...