ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଯାଜପୁର, ତା୧୧.୧୨: - ସାମ୍ବାଦିକ ମାନଙ୍କ ପାଇଁ ଗଣତନ୍ତ୍ର ତିଷ୍ଠି ରହିଛି। ବିଭିନ୍ନ କଠିନ ପରିସ୍ଥିତିରେ ସାମ୍ବାଦିକ ମାନେ ସମାଜ ଓ ଦେଶ ପାଇଁ କାମ କରିଥାନ୍ତି। ଅନେକ ଲୁକ୍କାୟିତ ଘଟଣା ଜନସାଧାରଣଙ୍କ ସାମ୍ନା କୁ ଆଣିଥାନ୍ତି । ସାମ୍ବାଦିକ ମାନଙ୍କ ସେବା,ନିଷ୍ଠା ଓ ଦାୟିତ୍ଵବୋଧତାର ତୁଳନା ନାହିଁ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏସୟୁଜେ ଓଡ଼ିଶାର ଯାଜପୁର ଜିଲ୍ଲା ଶାଖା ପକ୍ଷରୁ କୁଆଖିଆ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଭବନ ଠାରେ ଅନୁଷ୍ଠିତ ସଙ୍ଘର ସାଧାରଣ ପରିଷଦ ବୈଠକ,ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର ରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ସ୍ଥାନୀୟ ତହସିଲଦାର ନିରଞ୍ଜନ ସାହୁ, କୁଆଖିଆ ଥାନାଧିକାରିଣୀ ଚିନ୍ମୟୀ ସାହୁ, ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ, ଏନୟୁଜେର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଉଦୟନାଥ ଖଣ୍ଡାଇ, ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ସଙ୍ଘର ରସୁଲପୁର ବ୍ଲକ ଶାଖାର ଆୟୋଜନ କ୍ରମେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁବାଷ ଧଳ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ବାର୍ଷିକ ବିବରଣୀ ପାଠ ସହିତ ସଂଗଠନ ଲକ୍ଷ୍ୟ ଆଭିମୁଖ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଥିଲେ। ଜିଲ୍ଲା ସାଂଗଠନିକ ସମ୍ପାଦକ ଅମୁଲ୍ୟ କୁମାର ବରାଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ବିଶିଷ୍ଟ ପରିବେଶବିତ୍ ଗୋପୀନାଥ ପତି ଏବଂ ସମାଜସେବୀ ପ୍ରଶାନ୍ତ କୁମାର ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସଭ୍ୟ କୈଳାସ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ପକ୍ଷରେ ସର୍ବ ସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ନିମନ୍ତେ ଜିଲ୍ଲା ସଭାପତି -ସୁବାଷ ଧଳ ,ସାଧାରଣ ସମ୍ପାଦକ -ଅବିନେଶ୍ଵର ଶତପଥୀ , କାର୍ଯ୍ୟକାରୀ ସଭାପତି ସନ୍ଦିପ୍ତ ରାୟ, ଉପସଭାପତି - ମହେଶ୍ବର ଜେନା, ହରିହର ବାରିକ, ସୀତାକାନ୍ତ ସାମଲ,ଉମାକାନ୍ତ ରାଉତ ଓ ପରମାନନ୍ଦ ସାହୁ, ସମ୍ପାଦକ ରୁପେ ପ୍ରଶାନ୍ତ କୁମାର ନାୟକ,ପ୍ରଭାତ କୁମାର ତ୍ରିପାଠୀ, ପ୍ରତ୍ୟୁଷ କୁମାର ନାୟକ, ପ୍ରକାଶ କୁମାର ରାଉତ ଓ ସେକ ସବିରୁଦ୍ଦିନ ଙ୍କୁ ଦାୟିତ୍ଵ ଦିଆଯାଇଥିଲା ବେଳେ କୋଷାଧ୍ୟକ୍ଷ ଭାବେ ବିରଞ୍ଚିନାରାୟଣ ଖୁଣ୍ଟିଆ ଙ୍କୁ ମନୋନୀତ କରାଯାଇଛି । ସେହିପରି ଜିଲ୍ଲା ସାଂଗଠନିକ ସମ୍ପାଦକ - ଅମୁଲ୍ୟ କୁମାର ବରାଳ,ସହ ସଂଗଠନ ସମ୍ପାଦକ- ସତ୍ୟଜିତ ସାମଲ, ସ୍ଵତନ୍ତ୍ର ଟ୍ରିବ୍ୟୁନାଲ ସ୍ଵତନ୍ତ୍ର ଅଧ୍ୟକ୍ଷ- ତରୁଣ କୁମାର ନନ୍ଦ ଓ ଜିଲ୍ଲା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଭାବେ ବିଭୁ ପ୍ରସାଦ ପୃଷ୍ଟି ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରିଣୀ ସଭ୍ୟ ଭାବେ ମନୋଜ କୁମାର ପରିଡ଼ା, ଡ଼ଃ ନିତ୍ୟାନନ୍ଦ ମିଶ୍ର, ପବିତ୍ର ରାଉତରାୟ, କୈଳାସ ମଲ୍ଲିକ, ଅଖିଳ ସ୍ଵାଇଁ, ପ୍ରଭାଷ କୁମାର ଦାଶ, ବସନ୍ତ ନାୟକ, ଅକ୍ଷୟ ଧଳ, ବିଶ୍ଵନାଥ ସାହୁ, ସଞ୍ଜୟ ବେହେରା,ମାନସ ରଂଜନ ଜେନା, ଜନ୍ମେଜୟ ଦାଶ ପ୍ରମୁଖ ରହିଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ରେ କୈଳାଶ ଚନ୍ଦ୍ର ନାୟକ, ଇନ୍ଦ୍ରମଣି ନାୟକ, ଶଙ୍କର୍ଷଣ କୁଣ୍ଡୁ, ଉମାକାନ୍ତ ଧଳ,ନୀଳମାଧବ ନାୟକ, ଅଜୟ ପ୍ରତାପ ସିଂ, ପ୍ରଦୀପ୍ତ ପୃଷ୍ଟି,ରତିଲାଲ ଭୁୟାଁ, ଚିନ୍ତାମଣି ପାଢ଼ୀ, ଉଦୟନାଥ ଖଣ୍ଡାଇ ପ୍ରମୁଖ ଙ୍କୁ ନିଆଯାଇଛି।
ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଥିବା ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ ନୂତନ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ। ଚଳିତ ମାସ ଶେଷ ଆଡ଼କୁ ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଏବଂ କମିଟି ର ସମ୍ପ୍ରସାରଣ ବୈଠକ ଅନୁଷ୍ଠିତ ହେବ ବୋଲି ନବନିର୍ବାଚିତ ଜିଲ୍ଲା ସଭାପତି ଶ୍ରୀଧଳ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଶତପଥି ସୂଚନା ଦେଇଛନ୍ତି। ଆଲୋଚନା ଚକ୍ର ଓ ଜିଲ୍ଲା ବୈଠକ କାର୍ଯ୍ୟକ୍ରମକୁ ବରିଷ୍ଠ ସଭ୍ୟ ପ୍ରଶାନ୍ତ କୁମାର ନାୟକ,ଶୁଭେନ୍ଦୁ ସାମଲ, ଆଲୋକ କୁମାର ପହି, ବିଶ୍ଵରଞନ ଖୁଣ୍ଟିଆ ଓ ପଦ୍ମଲୋଚନ ନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଳକ ଓ ସଦରମହକୁମା ର ସାମ୍ବାଦିକ ମାନେ ଯୋଗ ଦେଇଥିଲେ l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.