Posts

Showing posts from January 27, 2021

ଗ୍ରାମ ନ୍ୟାୟାଳୟରେ ସୁକିନ୍ଦା ବ୍ଲକର ୨୫ଟି ପଞ୍ଚାୟତର ଦେୱାନୀ ଓ ଫୌଜଦାରୀ ମାମଲା ବିଚାର ହେବ।

Image
ଯାଜପୁର (ସୁକିନ୍ଦା): - ସୁକିନ୍ଦା ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ସ୍ଥାପିତ ଗ୍ରାମ ନ୍ୟାୟାଳୟରେ ସୁକିନ୍ଦା, କାଳିଆପାଣି, ଓ କଳିଙ୍ଗନଗର ଥାନା ଅଧୀନରେ ରହିଥିବା ବ୍ଲକର ୨୫ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡିକର ଫୌଜଦାରୀ ଓ ଦେୱାନୀ ମାମଲାଗୁଡିକ ବିଚାର କରାଯିବବୋଲି ନ୍ୟାୟ ବିଭାଗ ପକ୍ଷରୁ ଓଡିଶା ଗେଜେଟର୨୦୪୫ନମ୍ବର ସଂଖ୍ୟାରେ ପ୍ରକାଶ ପାଇଛି l ଏହି ନ୍ୟାୟାଳୟରେ ନିଯୁକ୍ତ ନ୍ୟାୟାଧିକାରୀ ବିଜୟ ଲକ୍ଷ୍ମୀ ମହାପାତ୍ରଙ୍କୁ ଏହି ସବୁ ମାମଲାର ବିଚାର ପାଇଁ ଓଡିଶା ଉଚ୍ଚ ନ୍ୟାୟlଳୟର ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀଙ୍କ ଜାନୁଆରୀ ୨୫ତାରିଖର ୫୯ନମ୍ବର ନିର୍ଦ୍ଦେଶନାମା ଅନୁଯାୟୀ ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି l  ସରକାରୀ ଓକିଲ (ଏପିପି) ଚନ୍ଦ୍ରକାନ୍ତ ପlତ୍ରଙ୍କୁ ଯାଜପୁରରୋଡରୁ ସୁକିନ୍ଦାକୁ ବଦଳି କରାଯାଇ ଏହି ନ୍ୟାୟାଳୟର ସମସ୍ତ ମାମଲା ସରକାରଙ୍କ ପକ୍ଷରୁ ପରିଚାଳନା କରିବାପାଇଁ ଦାୟିତ୍ବ ଅର୍ପଣ କରାଯାଇଛି l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l 25GPs in Sukinda block will be under Sukinda Gram Nyayalay.   Jajpur (Sukinda): The people of 25 gram panchayats of Sukinda block coming under Sukinda, Kaliapani and Kalinganagar police station area will be benifited by the gram