ଗ୍ରାମ ନ୍ୟାୟାଳୟରେ ସୁକିନ୍ଦା ବ୍ଲକର ୨୫ଟି ପଞ୍ଚାୟତର ଦେୱାନୀ ଓ ଫୌଜଦାରୀ ମାମଲା ବିଚାର ହେବ।

ଯାଜପୁର (ସୁକିନ୍ଦା): - ସୁକିନ୍ଦା ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ସ୍ଥାପିତ ଗ୍ରାମ ନ୍ୟାୟାଳୟରେ ସୁକିନ୍ଦା, କାଳିଆପାଣି, ଓ କଳିଙ୍ଗନଗର ଥାନା ଅଧୀନରେ ରହିଥିବା ବ୍ଲକର ୨୫ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡିକର ଫୌଜଦାରୀ ଓ ଦେୱାନୀ ମାମଲାଗୁଡିକ ବିଚାର କରାଯିବବୋଲି ନ୍ୟାୟ ବିଭାଗ ପକ୍ଷରୁ ଓଡିଶା ଗେଜେଟର୨୦୪୫ନମ୍ବର ସଂଖ୍ୟାରେ ପ୍ରକାଶ ପାଇଛି l ଏହି ନ୍ୟାୟାଳୟରେ ନିଯୁକ୍ତ ନ୍ୟାୟାଧିକାରୀ ବିଜୟ ଲକ୍ଷ୍ମୀ ମହାପାତ୍ରଙ୍କୁ ଏହି ସବୁ ମାମଲାର ବିଚାର ପାଇଁ ଓଡିଶା ଉଚ୍ଚ ନ୍ୟାୟlଳୟର ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀଙ୍କ ଜାନୁଆରୀ ୨୫ତାରିଖର ୫୯ନମ୍ବର ନିର୍ଦ୍ଦେଶନାମା ଅନୁଯାୟୀ ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି l  ସରକାରୀ ଓକିଲ (ଏପିପି) ଚନ୍ଦ୍ରକାନ୍ତ ପlତ୍ରଙ୍କୁ ଯାଜପୁରରୋଡରୁ ସୁକିନ୍ଦାକୁ ବଦଳି କରାଯାଇ ଏହି ନ୍ୟାୟାଳୟର ସମସ୍ତ ମାମଲା ସରକାରଙ୍କ ପକ୍ଷରୁ ପରିଚାଳନା କରିବାପାଇଁ ଦାୟିତ୍ବ ଅର୍ପଣ କରାଯାଇଛି l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l
25GPs in Sukinda block will be under Sukinda Gram Nyayalay. 
 Jajpur (Sukinda): The people of 25 gram panchayats of Sukinda block coming under Sukinda, Kaliapani and Kalinganagar police station area will be benifited by the gramc nyayalayestablishedThe gram nyayalay shall deal both civil and criminal cases às per the notification published in Odisha gazette 
No.2045 by Law department. The High court of Odisha confered the power of judicial magistrate 1st. Class upon Vijay Lakshmi Mohapatra the designated Nyayadhikari of the gram nyayalaya to deal with the afrosaid cases as per the notification No.59 of dt.25th January '21 issued by special officer(administration) of Odisha high court. Chandrakanta Patra, assistant public prosecuter transfered from Jajpur Road court to this nyayalay to deal all cases in this court from government side. (Report:Jay Narayan Mohapatra, Sukinda).

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !