Posts

Showing posts from February 8, 2022

ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ସ୍ଵପ୍ନରସାକାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି - (ଡ. ହୃଷୀକେଶ ମଲ୍ଲିକ - ସଭାପତି ଓଡ଼ିଶା ସାହିତ୍ୟ ଏକାଡେମୀ)

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ସାହିତ୍ୟ ସରସ୍ଵତ ସମ୍ପର୍କରେ ସେତୁ ତିଆରି କରେ l ସାହିତ୍ୟ ହୃଦୟ କୁ ହୃଦୟ ସହିତ ଯୋଡ଼ି ଆମ ଭାଷା, ସଂସ୍କୃତି ଆମ ସୃଜନଶୀଳତା ର ଅଭିବୃଦ୍ଧିରେ ସାହିତ୍ୟର ସ୍ଵୋତଧୋନିଧାରା ଆମ ସରସ୍ଵତ ଜୀବନ ର ନାଆକୁ ବାହିନିଏ ଦୂର ଦିଗ୍ ବଳୟର ଦୂର ଦୂରନ୍ତ କୁ.. I ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ପାଇଁ ରାଜ୍ୟସରକାରଙ୍କ ସ୍ଵପ୍ନ ର ସାକାର କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି I ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଏକାଡେମୀ ତାର କାର୍ଯ୍ୟକ୍ରମ ପୃଥିବୀ ର ବହୁଦେଶ ର ପ୍ରବାସୀ ଓଡିଆଙ୍କ ସହ ସମ୍ପର୍କର ସାରସ୍ଵତ ସେତୁ ତିଆରି କରିପାରିଛି l ଏକାଡେମୀ ପକ୍ଷରୁ ପାଳନ କରାଯାଇଥିବା ଆଜାଦିକି ଅମୃତ ମହୋତ୍ସବ ରେ ପୃଥିବୀ ର ୬୦ ଟି ଦେଶକୁ ଜଡିତ କରାଯାଇ ପାରିଥିଲା l ଓଡ଼ିଶା ସାହିତ୍ୟ ଏକାଡ଼େମୀ, ବାଙ୍ଗାଲୋର ସାହିତ୍ୟ ସମାଜ ଓ ଚଲାପଥ ସହଯୋଗ ରେ ଏକ ସାରସ୍ଵତ ଉତ୍ସବ ଆୟୋଜନ କରାଯିବ ବୋଲି'' ଚଲାପଥ '' ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ଉତ୍ସବ କୁ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପ୍ରଥିତଯଶା କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭାପତି ଡ. ହୃଷୀକେଶ ମଲ୍ଲିକ ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି l ଚଲାପଥ '' ର ଉପସଭା...