ବିଭିନ୍ନ ସଙ୍ଘଗଠନ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମଦିବସ ପାଳନ l

RITA VISION NEWS By Umakanta Mohapatra ନେତାଜୀ ଜୟନ୍ତୀରେ ସୁଭାଷ ସଂଗଠନ ତରଫରୁ ୬୦ଫୁଟର ତ୍ରିରଙ୍ଗା ଯାତ୍ରା l କଟକ଼ (ବ୍ୟୁରୋ ରିପୋର୍ଟ) :- ତା.୨୩.୦୧.୨ ୦୨୩ରିଖ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମଜୟନ୍ତୀ ଅବସରରେ କଟକ ସହରରେ ସୁଭାଷ ସଂଗଠନ ତରଫରୁ ସଭାପତି ଆଶୁତୋଷ ଦାସଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା । ଦେଶର ସାଧ୍ଵନତା ପ୍ରତି ନେତାଜୀଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ସଂଗଠନର ସଦସ୍ୟମାନେ ମାନ୍ଦୁଆବଜାର ସ୍ଥିତ ସହୀଦ ପାର୍କ ପାଖରୁ ୬୦ ଫୁଟ୍ର ଏକ ତ୍ରିରଙ୍ଗାକୁ ହାତରେ ଧରି କଲେଜ ଛକ ନେତାଜୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରିଥିଲେ । ଏହି ଅବସରରେ ସହରର ଅନେକ ଅଗ୍ରଣୀ ସେବାସଂଗଠନ ଗୁଡିକ ଏଥିରେ ଯୋଗଦେଇଥିଲେ । ଜୟ ଜଗନ୍ନାଥ ସେନା ସମିତି ତରଫରୁ ନେତାଜୀଙ୍କୁ ସ୍ମରଣରେ ଏକ ଝୁଙ୍କି ତିଆରି କରାଯିବା ସହିତ ହାଚରେ ନେତାଜୀଙ୍କର ଅନେକ ବାର୍ତା ବାବଦକୁ ପ୍ଲା-କାର୍ଡ ଧରି ପଦଯ ତ୍ରା କରିଥିଲେ । ସେହିପରି ଭାବେ ୟୁନାଇଟେଡ୍ ବ୍ରଦର୍ସ ସଂଗଠନର ଅନେକ ସଦସ୍ୟ ମଧ୍ୟ ଏଥିରେ ଯୋଗଦେଇଥିଲେ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ରେ ନେତାଜୀ ଜୟନ୍ତୀ ଅବସରରେ ମାଗଣା ଦହି ପାଣି ଓ ଗଛ ଚାରା ବଣ୍ଟନ କରିଛି ନେତାଜୀ ସୁଭାଷ ସେନା,ଓ କଟକ ସୁଭାଷ ସେତୁ ସମ୍ମୁଖରେ ନେତାଜୀ ଙ୍କ ୨୪୦ ମିଟର ଏକ ପ୍ରତି ମୂର୍ତ୍ତି ସ୍ଥାପନ ...