ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଦାବୀପତ୍ର ପ୍ରଦାନ I

RITA VISION NEWS By Umakanta Mohapatra

ଯାଜପୁର (ପାଣିକୋଇଲି) :- ଗତ ୧୯ ତାରିଖ ଗୁରୁବାର ଦିନ ଯାଜପୁର ଟାଉନ୍ ର ଘଟଣା ସ୍ଥାନୀୟ ଓଟିଭି ସାମ୍ବାଦିକ ସଂଜୀବ ନାୟକ କୃଷକ ସଂଗଠନ ର ଧାନ ବିକ୍ରି ସମସ୍ୟା କୁ ନେଇ ଦିଆଯାଇଥିବା ଗଣଧାରଣା ର ସିଧା ପ୍ରସାରଣ କରୁଥିବା ବେଳେ ଯାଜପୁର ଥାନାଧିକାରୀ ଅଜୟ କୁମାର ଜେନା ସାମ୍ବାଦିକ ଶ୍ରୀ ନାୟକଙ୍କୁ କର୍ତ୍ତବ୍ୟରେ ବାଧା ଦେବା ସହିତ ମାଡ଼ ଦେବାକୁ ଧମକ ଏବଂ ମିଡ଼ିଆ ହାଉସ କୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ।

 ଦୀର୍ଘ ୬ ଦିନ ପରେ ମଧ୍ୟ ଜିଲ୍ଲା ପୋଲିସ ପ୍ରଶାସନ ଏହି ଘଟଣାରେ ଶ୍ରୀ ଜେନାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ତୁରନ୍ତ ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଆଜି "ଏସୟୁଜେ, ଓଡ଼ିଶା"ର ଜିଲ୍ଲା ଶାଖା "Journalists Association of Jajpur Dist" (JAJ) ର ଏକ ପ୍ରତନିଧି ଦଳ ରାଜ୍ୟ ସଭାପତି ତଥା ଜିଲ୍ଲା ଉପଦେଷ୍ଟା କୈଳାଶ ଚନ୍ଦ୍ର ନାୟକ, ଜିଲ୍ଲା ସଭାପତି ସୁବାସ ଧଳ ଜିଲ୍ଲା ଏସପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସପି ଶ୍ରୀ ନାରାୟଣ ଚନ୍ଦ୍ର ବାରିକ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଉଛି ବୋଲି ସୂଚନା ଦେଇଥିଲେ। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ସାମ୍ବାଦିକ ମାନେ ଏଥିରେ ସାମିଲ ହୋଇଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !