ବିଭିନ୍ନ ସଙ୍ଘଗଠନ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମଦିବସ ପାଳନ l

RITA VISION NEWS By Umakanta Mohapatra

ନେତାଜୀ ଜୟନ୍ତୀରେ ସୁଭାଷ ସଂଗଠନ ତରଫରୁ
୬୦ଫୁଟର ତ୍ରିରଙ୍ଗା ଯାତ୍ରା l 

କଟକ଼ (ବ୍ୟୁରୋ ରିପୋର୍ଟ) :- ତା.୨୩.୦୧.୨ ୦୨୩ରିଖ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମଜୟନ୍ତୀ ଅବସରରେ କଟକ ସହରରେ ସୁଭାଷ ସଂଗଠନ ତରଫରୁ ସଭାପତି ଆଶୁତୋଷ ଦାସଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା । ଦେଶର ସାଧ୍ଵନତା ପ୍ରତି ନେତାଜୀଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ସଂଗଠନର ସଦସ୍ୟମାନେ ମାନ୍ଦୁଆବଜାର ସ୍ଥିତ ସହୀଦ ପାର୍କ ପାଖରୁ ୬୦ ଫୁଟ୍‌ର ଏକ ତ୍ରିରଙ୍ଗାକୁ ହାତରେ ଧରି କଲେଜ ଛକ ନେତାଜୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରିଥିଲେ ।

ଏହି ଅବସରରେ ସହରର ଅନେକ ଅଗ୍ରଣୀ ସେବାସଂଗଠନ ଗୁଡିକ ଏଥିରେ ଯୋଗଦେଇଥିଲେ । ଜୟ ଜଗନ୍ନାଥ ସେନା ସମିତି ତରଫରୁ ନେତାଜୀଙ୍କୁ ସ୍ମରଣରେ ଏକ ଝୁଙ୍କି ତିଆରି କରାଯିବା ସହିତ ହାଚରେ ନେତାଜୀଙ୍କର ଅନେକ ବାର୍ତା ବାବଦକୁ ପ୍ଲା-କାର୍ଡ ଧରି ପଦଯ ତ୍ରା କରିଥିଲେ । ସେହିପରି ଭାବେ ୟୁନାଇଟେଡ୍‌ ବ୍ରଦର୍ସ ସଂଗଠନର ଅନେକ ସଦସ୍ୟ ମଧ୍ୟ ଏଥିରେ ଯୋଗଦେଇଥିଲେ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ରେ ନେତାଜୀ ଜୟନ୍ତୀ ଅବସରରେ ମାଗଣା ଦହି ପାଣି ଓ ଗଛ ଚାରା ବଣ୍ଟନ କରିଛି ନେତାଜୀ ସୁଭାଷ ସେନା,ଓ କଟକ ସୁଭାଷ ସେତୁ ସମ୍ମୁଖରେ ନେତାଜୀ ଙ୍କ ୨୪୦ ମିଟର ଏକ ପ୍ରତି ମୂର୍ତ୍ତି ସ୍ଥାପନ କରିବା ଦାବି ନେଇ ଦେଢ଼ ହଜାର ଦସ୍ତକତ ସଂଗ୍ରହ କରିଛି ସୁଭାଷ ସେନା।ଏହି ମହାନ କାର୍ଯ୍ୟରେ ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ । ଆଗାମୀ ଦିନରେ ନେତାଜୀଙ୍କର ସମ୍ପୂର୍ଣ ଜୀବନକାହାଣୀକୁ ପିଲାଙ୍କ ପାଠ୍ୟପୁସ୍ତକରେ ସ୍ଥାନ ଦେବା ପାଇଁ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ଏହି କର୍ଯ୍ୟକ୍ରମରେ ଜ୍ଞାନରଞ୍ଜନ ଦାସ, ଦେବିପ୍ରସାଦ ବିଶ୍ବାଳ, ଗଣେଶ ବେହେରା, ବାପୁଜୀ କର, ତ୍ରୈଲୋକନାଥ ବେହେଟା,ହାଡ଼ିଦନ୍ଧୁ ସାହୁ, ଜଗମୋହନ ଜେନା, ଆଶିଷ ମହାପାତ୍ର, ପ୍ରଶାନ୍ତ ସାମଲ, ରାକେଶ ଦଣ୍ଡିଆ, ବିଶ୍ବଜିତ୍ ସାହୁ, ନେଦଶ୍ରୀ ଛାଟୋଇ, କ୍ରାନ୍ତି ମହାନ୍ତି, ପୃଥ୍ୱୀରାଜ ବେହେରା, ସତ୍ୟରଞ୍ଜନ ପଣ୍ଡା, ସୋମନାଥ ସାହୁ, ମନୋଜ ବେହେର, ଅଜିତ ମଲ୍ଲିକ, ବିର ଓ ସାମଲ, ତପନ ଶତପଥ, ଅଭିଷେକ ଦାସ, ଅଭିଷେକ ନନ୍ଦ, ପ୍ରସନ୍ନଚିନ୍ ମିଶ୍ର, ଶ୍ରୀନିବାସ ରେଡ୍ଡୀ, ସୁରେଶ ମହାନ୍ତି,ଗୁରୁପ୍ରସଦ ସାହୁ, କିରଣ ସାହୁ, ପ୍ରଦୀପ୍ତ ନାୟକ, ସତ୍ୟଜିତ୍ ସାହୁ, ପ୍ରଭାତ ସାଇଁ, ଦିପକ ମହାନ୍ତି, ବିଶ୍ବନ ଥ ବେହେରା, ସିଲୁ ମହାନ୍ତି, ସଂଜୟ ସିଂହ, ସନ୍ନତ ମେହେର, ଦୀପକ କାହଳୀ, ବିପକ ବ ରିକ, ପ୍ରକାଶ ପାଣିଗ୍ରାହୀ, ପ୍ରଶାନ୍ତ ମହ ରଣା, ସଂଜୀବ ଶୁକ୍ଳ, ଶିବ ବେହେରା, ଚନ୍ଦ୍ରଧୋଜ ନାୟକଙ୍କ ସମେତ ଅନେକ କାର୍ଯ୍ୟକ୍ରତ ଉପସ୍ଥିତ ଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !