Posts

Showing posts from October 27, 2019

Jajpur, jagruti ର ମନମାନି...

Image
ଯାଜପୁର /ବ୍ୟାସନଗର - ଯାଜପୁର ରୋଡ଼ (ବ୍ୟାସନଗର) ପୌରସଂସ୍ଥାର ସଫେଇ କାର୍ଯ୍ୟ ହାତକୁ ନେଇଛି ଜାଗୃତ କମ୍ପାନୀ, ଏହି କମ୍ପାନୀ ପକ୍ଷରୁ ଦୀର୍ଘ ବର୍ଷ ଧରି ବ୍ୟାସନଗର ପୌରସଂସ୍ଥା ନିମନ୍ତେ ସଫେଇ କାର୍ଯ୍ଯକୁ ତ୍ବରାନ୍ବିତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ଦେଇଛି l କିନ୍ତୁ ଗରିବ ଶ୍ରମିକ ମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି l ଏହାର ପ୍ରମାଣ ପାଇଁ ଆମେ ଭେଟିଥିଲୁ ଏହି ଜାଗୃତି କମ୍ପାନୀର ଜଣେ ସଫେଇ କର୍ମଚାରୀ ବିଜୟ ବେହେରା ଙ୍କୁ l ତାଙ୍କର ଅଭିଯୋଗ ହେଉଛି ସେ ଦୀର୍ଘ ଦିନ ଧରି ଏହି ସଂସ୍ଥା ରେ କାର୍ଯ୍ୟ କରୁଛନ୍ତି କିନ୍ତୁ କମ୍ପାନୀ ସେମାନଂକୁ ମାତ୍ର ୫୫୦୦ ଟଙ୍କା ମାସିକ ଦରମା ଦେଉଛି l ସରକାରୀ ନିୟମ ଅନୁସାରେ ସେମାନଙ୍କୁ ଉଚିତ୍ ମଜୁରୀ ବା ଦରମା ପ୍ରଦାନ କରାଯାଉନାହିଁ ଏବଂ ସେ ସଫେଇରେ କାଯ୍ୟ କରାଇବା ପାଇଁ କମ୍ପାନୀ କୋଣସି ସୁରକ୍ଷିତ ସମାଗ୍ରୀ ଯୋଗାଇ ଦେଉନାହିଁ l ଯାହାଫଳରେ ସେମାନେ ନିଜର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ପାଇପାରୁନାହାନ୍ତି l ଖାଲି କମ୍ପାନୀର ପ୍ରଚାର ଓ ପ୍ରସାର ପାଇଁ ଗୋଟିଏ ଲେଖାଏଁ ଜ୍ୟାକେଟ୍ ମିଳିଛି l ଏହା ବ୍ୟତୀତ କମ୍ପାନୀ ଚାରି ମାସ ଦରମା ପ୍ରଦାନ କରିନାହଁ l ଏହି ସବୁ ବ୍ୟତିକ୍ରମ ପରେ କମ୍ପାନୀ ପୌରପରିଷଦ ରେ ବିଭିନ୍ନ  ନିଜସ୍ୱ ଘରୋଇ ମାଲିକ ମାନଙ୍କ କାମ କରିବାକୁ ପଠାଉଛି ସେ ପୁଣି ବିନା ପାରିଶ୍ରମି