Jajpur, jagruti ର ମନମାନି...

ଯାଜପୁର /ବ୍ୟାସନଗର - ଯାଜପୁର ରୋଡ଼ (ବ୍ୟାସନଗର) ପୌରସଂସ୍ଥାର ସଫେଇ କାର୍ଯ୍ୟ ହାତକୁ ନେଇଛି ଜାଗୃତ କମ୍ପାନୀ, ଏହି କମ୍ପାନୀ ପକ୍ଷରୁ ଦୀର୍ଘ ବର୍ଷ ଧରି ବ୍ୟାସନଗର ପୌରସଂସ୍ଥା ନିମନ୍ତେ ସଫେଇ କାର୍ଯ୍ଯକୁ ତ୍ବରାନ୍ବିତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ଦେଇଛି l କିନ୍ତୁ ଗରିବ ଶ୍ରମିକ ମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି l ଏହାର ପ୍ରମାଣ ପାଇଁ ଆମେ ଭେଟିଥିଲୁ ଏହି ଜାଗୃତି କମ୍ପାନୀର ଜଣେ ସଫେଇ କର୍ମଚାରୀ ବିଜୟ ବେହେରା ଙ୍କୁ l ତାଙ୍କର ଅଭିଯୋଗ ହେଉଛି ସେ ଦୀର୍ଘ ଦିନ ଧରି ଏହି ସଂସ୍ଥା ରେ କାର୍ଯ୍ୟ କରୁଛନ୍ତି କିନ୍ତୁ କମ୍ପାନୀ ସେମାନଂକୁ ମାତ୍ର ୫୫୦୦ ଟଙ୍କା ମାସିକ ଦରମା ଦେଉଛି l ସରକାରୀ ନିୟମ ଅନୁସାରେ ସେମାନଙ୍କୁ ଉଚିତ୍ ମଜୁରୀ ବା ଦରମା ପ୍ରଦାନ କରାଯାଉନାହିଁ ଏବଂ ସେ ସଫେଇରେ କାଯ୍ୟ କରାଇବା ପାଇଁ କମ୍ପାନୀ କୋଣସି ସୁରକ୍ଷିତ ସମାଗ୍ରୀ ଯୋଗାଇ ଦେଉନାହିଁ l ଯାହାଫଳରେ ସେମାନେ ନିଜର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ପାଇପାରୁନାହାନ୍ତି l ଖାଲି କମ୍ପାନୀର ପ୍ରଚାର ଓ ପ୍ରସାର ପାଇଁ ଗୋଟିଏ ଲେଖାଏଁ ଜ୍ୟାକେଟ୍ ମିଳିଛି l ଏହା ବ୍ୟତୀତ କମ୍ପାନୀ ଚାରି ମାସ ଦରମା ପ୍ରଦାନ କରିନାହଁ l ଏହି ସବୁ ବ୍ୟତିକ୍ରମ ପରେ କମ୍ପାନୀ ପୌରପରିଷଦ ରେ ବିଭିନ୍ନ  ନିଜସ୍ୱ ଘରୋଇ ମାଲିକ ମାନଙ୍କ କାମ କରିବାକୁ ପଠାଉଛି ସେ ପୁଣି ବିନା ପାରିଶ୍ରମିକ ରେ l ପର ଘରେ କାମ କରାଇ ଜାଗୃତ କମ୍ପାନୀ ମୋଟା ଅଙ୍କର ମୁନାଫା ପାଉଥିବା ବେଳେ ଗରିବ ଶ୍ରମିକ ମାନଙ୍କ ଭୋକିଲା ପେଟରେ ଲାତ ମାରୁଥିବା ଅଭିଯୋଗ ହୋଇଛି l ଆଗରୁ ଏହି କମ୍ପାନୀ ନାମରେ ବହୁତ କିଛି ଅଭିଯୋଗ ହୋଇଛି କିନ୍ତୁ ପ୍ରଶାସନର ନଜରରେ ଆସିଥିଲେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ l ଏଥିରୁ ସ୍ପଷ୍ଟ ଯେ କମ୍ପାନୀର ପୌରପାଳିକା ଅଧିକାରୀଙ୍କ ସହ କ୍ଷୀରନୀର ସମ୍ପର୍କରେ ଅବହେଳିତ ଅବସ୍ଥାରେ ରହିଛନ୍ତି ସଫେଇ କର୍ମଚାରୀ l ଏହା ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l Rita vision 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !