ଆସନ୍ତା ୫ ତାରିଖ ରୁ ମାନପୁର ଓଭର ବ୍ରିଜ ଉପରେ ଭାରିଯାନ ସମ୍ପୂର୍ଣ୍ଣ ନିଷେଧ ।

(ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କମିଟି ଜିଲ୍ଲାପ୍ରଶାସନ ସହିତ ସମନ୍ଵୟ ରକ୍ଷା) ଯାଜପୁର (କଳିଙ୍ଗନଗର) :- ସୁକିନ୍ଦା ର ତଥା କଳିଙ୍ଗ ନଗର ର ଅଧିବାସୀ ମାନଙ୍କ ର ଜୀବନ ରେଖା କୁହାଯାଉଥିବା ଅସୁରକ୍ଷିତ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମାନପୁର ଓଭର୍ ବ୍ରିଜ୍ ର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସମସ୍ତ ଭାରୀଯାନ କୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବା ସହ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଦ୍ୱିତୀୟ ନୂତନ ବ୍ରିଜ୍ କୁ ଅବିଳମ୍ବେ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ଦାବିକୁ ସମର୍ଥନ ଦେଲା ଜିଲ୍ଲା ପ୍ରଶାସନ l ଏହି ମାସ ୧୧ ତାରିଖ ଓ ୧୪ ତାରିଖ ରେ ଜିଲ୍ଲାପାଳ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ ଯାହାକୁ ଉଭୟ ବ୍ଲକ ର ସଭାପତି ଙ୍କ ସମେତ ମହିଳା କଂଗ୍ରେସ ,ଛାତ୍ର କଂଗ୍ରେସ ଓ ବରିଷ୍ଠ କଂଗ୍ରେସ ନେତୃ ମଣ୍ଡଳୀ ଓ ଶୁଭେଚ୍ଛୁ ବୃନ୍ଦ ଅକୁଣ୍ଠ ସମର୍ଥନ ଓ ସହଯୋଗ କରିଥିଲେ । ଯାହାଫଳରେ ଆଗାମୀ ୫ ତାରିଖ ରେ ମାନପୁର ବ୍ରିଜ୍ କୁ ୬ ଘଣ୍ଟିଆ ବନ୍ଦ ଡାକରା ଦେବା ପାଇଁ ପୁନର୍ବାର ଜିଲ୍ଲା ପ୍ରଶାସନ କୁ ଜାଣଇ ଦିଆଯାଇଥିଲା । କଂଗ୍ରେସ ର କ୍ରମବର୍ଦ୍ଧିଷୁ ସାଂଗଠନିକ ଶକ୍ତି ର ଗୁରୁତ୍ୱ କୁ ଉପଲବ୍ଧି କରି ତଥା ଜନ ସାଧାରଣ ଙ୍କ ପ୍ରତି ଅଙ୍ଗୀକାରତା କୁ ପ୍ରାଧାନ୍ୟ ଦେ...