Posts

Showing posts from November 30, 2019

କଳିଙ୍ଗନଗର କାର୍ଯ୍ୟରତ ସାମ୍ବାଦିକ ଓ ଯାଜପୁର ପୋଲିସ୍ ମିଳିତ ଭାବେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର /କଳିଙ୍ଗନଗର - ସରକାରଙ୍କ ମୋଟରଯାନ ଆଇନ୍ ଅନୁଯାୟୀ ଆସନ୍ତା କାଲି ଡିସେମ୍ବର ପହିଲାରୁ ଆରମ୍ଭ ହେବ କଡ଼ାକଡ଼ି ପାଳନ l ଏହି ଅବସରରେ ଆଜି ସକାଳ ୮ଟାରେ କଳିଙ୍ଗନଗର ସାମ୍ବାଦିକଙ୍କ ଦ୍ଵାରା ସଡ଼କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଜଖପୁରା ଥାନା, ଯାଜପୁର ରୋଡ଼ ଥାନା ଓ ଦାନଗଦି ଫାଣ୍ଡି ଅଧିକାରୀଙ୍କ ସମେତ ପୋଲିସ୍ କର୍ମଚାରୀ ମାନେ ସହଯୋଗ କରିଥିଲେ l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ବିଭିନ୍ନ ଜନକଲ୍ୟାଣକାରୀ ଓ ଜନସଚେତନା କର୍ଯ୍ୟକ୍ରମ କୁ କଳିଙ୍ଗନଗର କାର୍ଯ୍ୟରତ ସାମ୍ବାଦିକମାନେ ହାତକୁ ନେବାକୁ ସଦିଚ୍ଛା ପ୍ରକାଶ କରିଛନ୍ତି l ଏହି କର୍ଯ୍ୟକ୍ରମ ରେ ସାମ୍ବାଦିକ ରଙ୍ଗବଲ୍ଲଭ ସାହୁ, ବିପ୍ଳବ ବିଜୟ ପଣ୍ଡା, କୈଲାସ ପୃଷ୍ଟି, ଅଜୟ ବିଶ୍ଵାଳ, ଦୁଷ୍ମନ୍ତ ଘଡାଇ, ଜୟନାରାୟଣ ମହାପାତ୍ର, ପରମାନନ୍ଦ ଦାସ, ସୁବାଷ୍ ବାରିକ୍, ଉମାକାନ୍ତ ମହାପାତ୍ର, ସପନ କୁମାର କର, ଭାଗୀରଥୀ ବାରିକ୍, ବାବୁ ଖାଁ, ସରତ ପଥାଳ, ପ୍ରଣବ ବିଶ୍ଵାଳ, ହାରାଧନ ବାନାର୍ଜୀ, ପ୍ରଦୀପ କୁମାର ଜେନା, ସୁବାସିତ ରାଉତ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l 

ଦାନଗଦି ବ୍ଲକ ରେ ମଣ୍ଡଲ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ l

Image
ଯାଜପୁର /ଦାନଗଦି - ସରକାରଙ୍କ ପକ୍ଷରୁ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି l ଏହି ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସଚେତନତା ଉପରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ପ୍ରକଳ୍ପ ପ୍ରଦର୍ଶନୀ ଦାନଗଦି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଦାନଗଦି ବ୍ଳକ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବଳରାମ ନାୟକ l ଏହା ବ୍ୟତୀତ ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ଅତିରିକ୍ତ ମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି, ଶ୍ରୀମତୀ ଆରତୀ ଭୂୟାଁ, ଶ୍ରୀମତୀ ଜଳେଶ୍ଵରୀ ମହାନ୍ତ ଅନ୍ୟମାନଙ୍କ ମଧ୍ୟରେ ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ଧଳ, ଶ୍ରୀଯୁକ୍ତ ବସନ୍ତ କୁମାର ବାରିକ ସମ୍ପାଦକ ଦାନଗଦି ବିଜ୍ଞାନ ସଂଘ, ଶ୍ରୀଯୁକ୍ତ ଅଜୟକୁମାର ପଣ୍ଡା ଉପଦେଷ୍ଟା ଦାନଗଦି ବିଜ୍ଞାନ ସଂଘ ଓ ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅମିତା ପାତ୍ର ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ପରିଚାଳନା ଓ ତିନିଜଣ ବିଚାରକଙ୍କ ମଧ୍ୟରେ ଏକ ବୁଝାମଣା ସହିତ ବ୍ଲକ ର ୧୦୩ ବିଦ୍ୟାଳୟ ରୁ ଆସିଥିବା ମୋଟ ୬୪ ଟି ପ୍ରକଳ୍ପ ରେ ଭାଗ ନେଇଥିବା ଅଭିଜ୍ଞ ଛ