କଳିଙ୍ଗନଗର କାର୍ଯ୍ୟରତ ସାମ୍ବାଦିକ ଓ ଯାଜପୁର ପୋଲିସ୍ ମିଳିତ ଭାବେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର /କଳିଙ୍ଗନଗର - ସରକାରଙ୍କ ମୋଟରଯାନ ଆଇନ୍ ଅନୁଯାୟୀ ଆସନ୍ତା କାଲି ଡିସେମ୍ବର ପହିଲାରୁ ଆରମ୍ଭ ହେବ କଡ଼ାକଡ଼ି ପାଳନ l ଏହି ଅବସରରେ ଆଜି ସକାଳ ୮ଟାରେ କଳିଙ୍ଗନଗର ସାମ୍ବାଦିକଙ୍କ ଦ୍ଵାରା ସଡ଼କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଜଖପୁରା ଥାନା, ଯାଜପୁର ରୋଡ଼ ଥାନା ଓ ଦାନଗଦି ଫାଣ୍ଡି ଅଧିକାରୀଙ୍କ ସମେତ ପୋଲିସ୍ କର୍ମଚାରୀ ମାନେ ସହଯୋଗ କରିଥିଲେ l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ବିଭିନ୍ନ ଜନକଲ୍ୟାଣକାରୀ ଓ ଜନସଚେତନା କର୍ଯ୍ୟକ୍ରମ କୁ କଳିଙ୍ଗନଗର କାର୍ଯ୍ୟରତ ସାମ୍ବାଦିକମାନେ ହାତକୁ ନେବାକୁ ସଦିଚ୍ଛା ପ୍ରକାଶ କରିଛନ୍ତି l ଏହି କର୍ଯ୍ୟକ୍ରମ ରେ ସାମ୍ବାଦିକ ରଙ୍ଗବଲ୍ଲଭ ସାହୁ, ବିପ୍ଳବ ବିଜୟ ପଣ୍ଡା, କୈଲାସ ପୃଷ୍ଟି, ଅଜୟ ବିଶ୍ଵାଳ, ଦୁଷ୍ମନ୍ତ ଘଡାଇ, ଜୟନାରାୟଣ ମହାପାତ୍ର, ପରମାନନ୍ଦ ଦାସ, ସୁବାଷ୍ ବାରିକ୍, ଉମାକାନ୍ତ ମହାପାତ୍ର, ସପନ କୁମାର କର, ଭାଗୀରଥୀ ବାରିକ୍, ବାବୁ ଖାଁ, ସରତ ପଥାଳ, ପ୍ରଣବ ବିଶ୍ଵାଳ, ହାରାଧନ ବାନାର୍ଜୀ, ପ୍ରଦୀପ କୁମାର ଜେନା, ସୁବାସିତ ରାଉତ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !