Posts

Showing posts from May 30, 2023

ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମ, ପୋଲିସ୍ ର କାର୍ଯ୍ୟକୁ ନେଇ ଲୋକେ ଅସନ୍ତୁଷ୍ଟ l

Image
ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ଗ୍ରାମ ର କିଛି ପରିବାର ଏକ ପରିବାର ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଲିଛି। ଗ୍ରାମବାସୀଙ୍କ ଅଭିଯୋଗ ଯେ ଗୁଣମଣି ଜେନା ପରିବାର ଗ୍ରାମବାସୀଙ୍କ ଚଳାଚଳ ରାସ୍ତା ଉପରେ ମନ୍ଦିର ନିର୍ମାଣ କରି ରାସ୍ତା ଅବରୋଧ କରୁଛନ୍ତି l ଏହି ଘଟଣାକୁ ନେଇ ବହୁ ଦିନରୁ ଜେନା ପରିବାର ଓ ଗ୍ରାମର କିଛି ପରିବାର ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା l ଜେନା ପରିବାର ଅଭିଯୋଗ ଅନୁଯାୟୀ ଗତ ୨୩ ତାରିଖ ସଂନ୍ଧ୍ଯା ରେ ଗ୍ରାମର କିଛି ଲୋକ ସଂଘବଦ୍ଧ ହୋଇ ଗୁଣମଣି ଜେନା ଓ ତାଙ୍କ ପରିବାର ଉପରକୁ ଆକ୍ରମଣ କରି ଘରର ବହୁ ଆସଭାବ ପତ୍ର ଓ ମୋଟରସାଇକେଲ, ବାଡିରେ କରୁଥିବା ମାଛଚାଷ ଓ ଘରର ଆଗପଛ ଗେଟ୍ ଆହୁରି ଅନେକ କିଛି ସମ୍ପତ୍ତି ନଷ୍ଟ କରିଛନ୍ତି l ଯାହା କୁ ନେଇ ଉଭୟ ପକ୍ଷରୁ ଟମକା ଥାନାରେ ଲିଖିତ ଅଭିଯୋଗ ହୋଇଛି l ଏହି ଘଟଣା ପରେ ମାନପୁର ଗ୍ରାମ ରେ ଚାପାଉତେଜନା ଦେଖିବାକୁ ମିଳିଥିଲା ।ପୂର୍ବରୁ ଗ୍ରାମବାସୀଙ୍କ ସହଯୋଗ ତଥା ପଞ୍ଚାୟତ ସରପଞ୍ଚଙ୍କ ପରାମର୍ଶ ନେଇ ମନ୍ଦିର କିପରି ଉଚିତ ସମୟରେ ପ୍ରତିଷ୍ଠା ହେବ ଗୁଣମଣି ଜେନା ଓ ତାଙ୍କ ପରିବାର ତତ୍ପର ଥିବା ସମୟରେ ହଠାତ୍ କାହିଁକି ଏବଂ କାହା ଇଙ୍ଗିତରେ ଏହିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ତାହା ତଦନ୍ତ ସାପେକ୍ଷ l ଖବର ପାଇ ଟମକା ଥାନା ଅଧିକାରୀ ଏବଂ