Posts

Showing posts from May 19, 2023

ସ୍ଵାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କଲେ ହିନ୍ଦୁ ସଧବା ମହିଳା l

Image
ଯାଜପୁର :- ଓଡ଼ିଶାର ଓଡ଼ିଆ ପରମ୍ପରା ଅନୁଯାୟୀ ଆଜି ହେଉଛି ସଧବା ହିନ୍ଦୁ ନାରୀଙ୍କ ଲାଗି ସବୁଠାରୁ ବଡ଼ ପର୍ବ ସାବିତ୍ରୀ ଓଷା l ସ୍ୱାମୀ ଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା l ଆଜି ରାଜ୍ୟ ର ସବୁ ଠାରେ ସଧବା ମହିଳା ମାନେ ମହା ସତୀ ସାବିତ୍ରୀ ଙ୍କ ପତି ଭକ୍ତି କୁ ମନେ ପକାଇ ପୂଜାଅର୍ଚନା କରୁଛନ୍ତି l କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ତ ପୁଣି ଅନ୍ୟମାନେ ଘରକୁ ପୂଜକଙ୍କୁ ଡକାଇ ପୂଜା କରୁଛନ୍ତି। ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରୁଥିବା ପରିଲକ୍ଷିତ ହେଉଛି। ଏହି କାରଣରୁ ବିଭିନ୍ନ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ଆଜି ମହାସତୀ ସାବିତ୍ରୀ ପତି ସତ୍ୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି।ଏ ବ୍ରତକଥାର ବାର୍ତ୍ତା ହେଉଛି- ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପ