ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଡୁବୁରି ବାସିନ୍ଦାଙ୍କୁ ନୂତନ ‘କମ୍ୟୁନିଟି ୱେଲନେସ୍ ପାର୍କ’ ଉତ୍ସର୍ଗ l
(ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତୀରଞ୍ଜନ ଘଡାଇଙ୍କ ଦ୍ବାରା ଉଦ୍ଘାଟିତ) ଯାଜପୁର (କଳିଙ୍ଗନଗର) : - ସମ୍ପ୍ରଦାୟର ବିକାଶ ପ୍ରତି ନିଜର ପ୍ରତିବଦ୍ଧତ କୁ ଦୋହରାଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗୁରୁବାର ଦିନ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରି ବାସିନ୍ଦାଙ୍କୁ ଏକ ନୂତନ ‘କମ୍ୟୁନିଟି ୱେଲନେସ୍ ପାର୍କ’ ଉତ୍ସର୍ଗ କରିଛି । ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡାଇ, ସୁକିନ୍ଦା ବ୍ଲକର ଅଧକ୍ଷ ଦିବ୍ୟରଞ୍ଜନ ବରାଳ, ସୁକିନ୍ଦା ବ୍ଳକର ଉପଧକ୍ଷ୍ୟା ଭଗ୍ୟଲକ୍ଷ୍ମୀ ରାଉତ, ଜୋନ ୩୮ର ଜିଲ୍ଲା ପରିଷଦ ସାଧୁ ଚରଣ ଚିଉ, ଡୁବୁରି ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୂପମା ଦାସ, ଡୁବୁରିର ବିଶିଷ୍ଠ ସମାଜସେବୀ ବିଶ୍ୱଜିତ ଦାସ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ କଳିଙ୍ଗନଗରର ୟୁନିଟ୍ ହେଡ୍ ଆଲେନ୍ ଜୋସେଫ୍ ଏବଂ ସମ୍ପ୍ରଦାୟର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହର ଉଦ୍ଘାଟନ କରିଥିଲେ । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା ନିର୍ମିତ ଏହି ପାର୍କରେ ଅକ୍ୟୁପ୍ରେସର ଚାଲିବା ଟ୍ରାକ୍, ଖୋଲା ଜିମ୍, ଯୋଗ ପାଇଁ ଉତ୍ସର୍ଗୀକୃତ ସ୍ଥାନ ଏବଂ ପରିଦର୍ଶକମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଥିବା ବେଳେ ପାର୍କର ସୁରକ୍ଷା ପାଇଁ ସୀମ ପ୍ରାଚୀର ମଧ୍ୟ ନିର୍ମାଣ କରାଯାଇଛି । ଚାଲିବା ଟ୍ରାକ୍ ଯେ...