Posts

Showing posts from February 12, 2020

ଶିଳ୍ପାଞ୍ଚଳ ରେ ନକଲି ନୋଟ ର କାରଖାନା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା ଚୋରୀ, ଲୁଟ୍ ଓ ନକଲି ନୋଟ କାରବାର l ଏହା ଏସିଆ ମହାଦେଶର ସର୍ବବୃହତ ଶିଳ୍ପ ପ୍ରତିଷ୍ଠା କେନ୍ଦ୍ର ତେଣୁ ଏହାକୁ ଦୃଷ୍ଟିରେ ରଖି ଏହାର ନାମ ଥିଲା ଶିଳ୍ପ ରାଜଧାନୀ କଳିଙ୍ଗନଗର l ବିଭିନ୍ନ ସମୟରେ ଏଠାକୁ ବହୁ ସଂଖ୍ୟାରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ବିଭିନ୍ନ ସ୍ଥାନରେ ଭଡ଼ା ସୂତ୍ରରେ ଘର ନେଇ ରହୁଛନ୍ତି l ସେମାନେ ସେ ଅଞ୍ଚଳ ରେ କି କାଯ୍ୟ କରୁଛନ୍ତି ତାହା କାହାକୁ ବି ଜଣା ନ ଥାଏ ଏମିତି କି ଘରର ମାଲିକ ବି ଅଜ୍ଞ l କିଛିଦିନ ହେବ ଯାଜପୁର ରୋଡ଼ ପୋଲିସ୍ ପାଖରେ ଖବର୍ ଥିଲା ଯେ ଶିଳ୍ପାଞ୍ଚଳ ରେ ଜାଲ୍ ନୋଟର କାରବାର ହେଉଛି l ଏହା ପାଇଁ ବହୁତ ଆଗରୁ ପୋଲିସ୍ ତାର ଜାଲ ବିଛେଇ ଥିଲା l ଆଜି ଅପରାହ୍ନ ରେ ଯାଜପୁର ରୋଡ଼ ପୋଲିସ୍ କୌଣସ ସୂତ୍ରରୁ ଖବର ପାଇ ଦାନଗଦି ହାଟ ପଡ଼ିଆ ରେ ଥିବା ଏକ ଘର ଉପରେ ଚଢ଼ାଉ କରି ଜାଲ ନୋଟ୍ କାରବାରରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ସେମାନଙ୍କ ପାଖରୁ ୪.୭୭ ଲକ୍ଷ ଟଙ୍କା ସହିତ ୩ ଗୋଟି ମୋବାଇଲ୍ ଫୋନ୍ ଦୁଇଟି ମଟର ସାଇକେଲ ଜବଦ କରିଛି, l ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ରିମାଇଣ୍ଡର ନେଇ ପଚରା ଉଚରା କରୁଛି, ସେମାନଙ୍କ ମଧ୍ୟରୁ ୪ ଜଣ ଯାଜପୁର ରୋଡ଼/ଦାନଗଦି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଢେଙ୍କାନାଳ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚ