Posts

Showing posts from July 1, 2021

ଶାସ୍ତା ରେ ମିଳିବ ସ୍ମାର୍ଟ ଫୋନ୍!

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ଦିନମାନଙ୍କରେ ନିଜ ୪୪ତମ ବାର୍ଷିକ ଜେନେରାଲ ମିଟିଂରେ ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସ୍ଟ ଲଞ୍ଚ୍ କରିବା ନେଇ ଘୋଷଣା କରିଥିଲା । ଏହି ଫୋନକୁ ରିଲାଏନ୍ସ ଗୁଗଲ ସହିତ ମିଶି ପ୍ରସ୍ତୁତ କରିଛି । ଏନେଇ ଗୁଜରାତ ସରକାରଙ୍କ ବିଶେଷ ସୂତ୍ର କହିବାନୁସାରେ ଗୁଗଲ ଏହି ସ୍ମାର୍ଟଫୋନର ପ୍ରଡକ୍ସନ ଗୁଜରାତରେ ହିଁ କରିପାରେ । କାରଣ କିଛି ସମୟ ପୂର୍ବରୁ ଗୁଗଲର ଅଧିକାରୀ ପ୍ଲାଣ୍ଟ ଲଗାଇବା ପାଇଁ ଗୁଜରାତରେ ଲୋକେସନ ଦେଖିବା ପାଇଁ ପହଞ୍ଚିଥିଲେ । କହିରଖୁଛୁ କରୋନାକାଳ ପରେ କୌଣସି ବଡ କମ୍ପାନୀ ଗୁଜରାତରେ ନିବେଶ କରିନାହାଁନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ଗୁଗଲକୁ ରାଜ୍ୟକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଗୁଗଲର ସିଇଓ ସୁନ୍ଦର ପିଚାଇ ରିଲାଏନ୍ସର ବାର୍ଷିକ ଜେନେରାଲ ମିଟିଂ ସମୟରେ ନୂଆ ସ୍ମାର୍ଟଫୋନ୍ ସମ୍ପର୍କରେ କହିଥିଲେ କି ‘ଆମ ଆଗାମୀ ପଦକ୍ଷେପ ଗୁଗଲ ଓ ଜିଓ ଦ୍ୱାରା ଶସ୍ତା ଦାମରେ ଜିଓ ସ୍ମାର୍ଟଫୋନ ଆରମ୍ଭ କରିବ । ଏହା ଭାରତ ପାଇଁ ପ୍ରସ୍ତୁତ ହେବ ଏବଂ ଯେଉଁମାନେ ଆଜି ପର୍ଯ୍ୟନ୍ତ ଜମା ଇଣ୍ଟରନେଟ୍ ବ୍ୟବହାର କରିନାହାଁନ୍ତି ସେମାନଙ୍କ ପାଇଁ ନୂଆ ସମ୍ଭାବନା ଆଣିବ ।’ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍ ସାଧାରଣ ଲୋକର ବଜେଟକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଏହାର ଦ