Posts

Showing posts from January 27, 2023

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବେଆଇନ୍ କାର୍ଯ୍ୟ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା l

Image
ଯାଜପୁର (ଦାନଗଦୀ ) :-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମଧ୍ଯ ରେ ଟଣା ଓଟରା ଚାଲିଥିଲା ବେଳେ ଏଥିରେ ପ୍ରକୃତ ବାଧକ ସାଜିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ମାଳମାଳ ଅଭିଯୋଗ ମଧ୍ଯ ବ୍ଲକ କାର୍ଯ୍ଯାଳୟରେ ପଡିଛି l କାହାର ସରପଞ୍ଚ ମାନେ ଘର କାଟିଦେବାର ଅଭିଯୋଗ ଆସୁଛି ତ କାହାର ଭିଏଲଡବଲ୍ୟୁ ମାନେ ସାମାନ୍ଯ କେତେ ଟଙ୍କାର ଲାଞ୍ଚ ପାଇଁ ଘର କାଟି ଦେଉଛନ୍ତି I ଏଥିପାଇଁ ଆଜି ମାଣତିରା ପଞ୍ଚାୟତ କାର୍ଯ୍ଯାଳୟରେ ଏକ ଗ୍ରାମସଭାର ର ଆୟୋଜନ ଦାନଗଦୀ ବ୍ଲକ ବିଡିଓ ମଣିପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶ ରେ ହେବାର ଥିଲା l କିନ୍ତୁ ମାଣତିରା ପଞ୍ଚାୟତ ଭିଏଲଡବଲ୍ୟୁ ବା ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ କୁଳମଣି ଦାସ ଗ୍ରାମସଭା ବିଷୟରେ କୌଣଷି ତଥ୍ଯ ଜନସାଧାରଣଙ୍କୁ ନ ଜଣାଇ କେବଳ ପଞ୍ଚାୟତ ର ସରପଞ୍ଚ ଓ କିଛି ୱାର୍ଡ ମେମ୍ବର ଙ୍କୁ ଧରି ଗ୍ରାମସଭା କରାଇ ନେଇ ଥିବା ଅଭିଯୋଗ ହୋଇଛି l ଗ୍ରାମସଭା ବିଷୟରେ ଜନସାଧାରଣ ଜାଣିଲେ ପ୍ରଧାନମନ୍ତ୍ରୀ ଆବାସ ଉପରେ ଅଧିକ ଅଭିଯୋଗ ଆସିବାକୁ ଥିବାରୁ ଏବଂ ଜନସାଧାରଣଙ୍କ ପ୍ରଶ୍ନ ର ଉତ୍ତର ଦେବାର ସାମର୍ଥ୍ଯ ନ ଥିବାରୁ ଚୋରାଛପାରେ ଗ୍ରାମସଭା କରାଇ ନେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ମାଣତୀରା ପଞ୍ଚାୟତ ର କାର୍ଯ୍ଯ ନିର୍ବାହୀ ଅଧିକାରୀ କୁଳମଣି ଦାସ ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ମଧ୍ଯ