ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବେଆଇନ୍ କାର୍ଯ୍ୟ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା l

ଯାଜପୁର (ଦାନଗଦୀ ) :-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମଧ୍ଯ ରେ ଟଣା ଓଟରା ଚାଲିଥିଲା ବେଳେ ଏଥିରେ ପ୍ରକୃତ ବାଧକ ସାଜିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ମାଳମାଳ ଅଭିଯୋଗ ମଧ୍ଯ ବ୍ଲକ କାର୍ଯ୍ଯାଳୟରେ ପଡିଛି l କାହାର ସରପଞ୍ଚ ମାନେ ଘର କାଟିଦେବାର ଅଭିଯୋଗ ଆସୁଛି ତ କାହାର ଭିଏଲଡବଲ୍ୟୁ ମାନେ ସାମାନ୍ଯ କେତେ ଟଙ୍କାର ଲାଞ୍ଚ ପାଇଁ ଘର କାଟି ଦେଉଛନ୍ତି I ଏଥିପାଇଁ ଆଜି ମାଣତିରା ପଞ୍ଚାୟତ କାର୍ଯ୍ଯାଳୟରେ ଏକ ଗ୍ରାମସଭାର ର ଆୟୋଜନ ଦାନଗଦୀ ବ୍ଲକ ବିଡିଓ ମଣିପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶ ରେ ହେବାର ଥିଲା l କିନ୍ତୁ ମାଣତିରା ପଞ୍ଚାୟତ ଭିଏଲଡବଲ୍ୟୁ ବା ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ କୁଳମଣି ଦାସ ଗ୍ରାମସଭା ବିଷୟରେ କୌଣଷି ତଥ୍ଯ ଜନସାଧାରଣଙ୍କୁ ନ ଜଣାଇ କେବଳ ପଞ୍ଚାୟତ ର ସରପଞ୍ଚ ଓ କିଛି ୱାର୍ଡ ମେମ୍ବର ଙ୍କୁ ଧରି ଗ୍ରାମସଭା କରାଇ ନେଇ ଥିବା ଅଭିଯୋଗ ହୋଇଛି l ଗ୍ରାମସଭା ବିଷୟରେ ଜନସାଧାରଣ ଜାଣିଲେ ପ୍ରଧାନମନ୍ତ୍ରୀ ଆବାସ ଉପରେ ଅଧିକ ଅଭିଯୋଗ ଆସିବାକୁ ଥିବାରୁ ଏବଂ ଜନସାଧାରଣଙ୍କ ପ୍ରଶ୍ନ ର ଉତ୍ତର ଦେବାର ସାମର୍ଥ୍ଯ ନ ଥିବାରୁ ଚୋରାଛପାରେ ଗ୍ରାମସଭା କରାଇ ନେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ମାଣତୀରା ପଞ୍ଚାୟତ ର କାର୍ଯ୍ଯ ନିର୍ବାହୀ ଅଧିକାରୀ କୁଳମଣି ଦାସ ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ମଧ୍ଯ ରହିଅଛି, ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିଦେବାକୁ ହିତାଧିକାରୀଙ୍କ ପାଖରୁ ପ୍ରତ୍ୟେକ ଘର ପିଛା କୋଡିଏ ହଜାରରୁ ଅଧିକ ଟଙ୍କାର ଲାଞ୍ଚ ଗୋଟାଉ ଥିବାର ନାମ ଗୋପନ ରଖି କେତେ ହିତାଧିକାରୀ ପ୍ରକାଶ କରିଅଛନ୍ତି l ପୂର୍ବ ତାଲିକାରେ ନାମ ଥାଇ ବର୍ତ୍ତମାନ ତାଲିକାରେ ବହୁତ ଯୋଗ୍ଯ ହିତାଧିକାରୀଙ୍କ ନାମ ନାହିଁ l ଏଥିପାଇଁ କିଏ ଦାୟୀ ବୋଲି ବାଦ ପଡିଥିବା ହିତାଧିକାରୀ ମାନେ ପ୍ରଶ୍ନ ଉଠାଇଛନ୍ତି l ମାଣତୀରା ପଞ୍ଚାୟତ ର ହିତାଧିକାରୀ ମାନେ ସିଧାସଳଖ ସରପଞ୍ଚ,ଭିଏଲଡବଲ୍ୟୁ ଓ ପଞ୍ଚାୟତ ରାଜନୀତିଆ ମୁଣ୍ଡିଆଳ ମାନଙ୍କୁ ଦାବି କରିଛନ୍ତି l ଆଜି ସାଧାରଣତନ୍ତ୍ର ଦିବସ ଥିବାର ସୁଯୋଗ ନେଇ ପଞ୍ଚାୟତ ଜନସାଧାରଣଙ୍କୁ ନଜଣାଇ ହାତଗଣତି ୱାର୍ଡ ମେମ୍ବର,ସରପଞ୍ଚ ଙ୍କୁ ନେଇ ପଞ୍ଚାୟତ ର ଭିଏଲଡବଲ୍ୟୁ କୁଳମଣି ଦାସ ତରବରିଆ ଭାବେ କିପରି ଓ କାହିଁକି ଗ୍ରାମସଭା ଆୟୋଜନ କଲେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ବହୁତ ହିତାଧିକାରୀ ଗ୍ରାମସଭା ବିଷୟରେ ଖବର ପାଇ ପଞ୍ଚାୟତ କାର୍ଯ୍ଯାଳୟରେ ପହଞ୍ଚି ଥିଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ଯାଳୟ ତାଲା ପଡିଥିବା ଦେଖିବାକୁ ମିଳିନଥିଲା l ଏ ବିଷୟରେ ଦାନଗଦୀ ବିଡିଓ ମଣିପ୍ରସାଦ ମିଶ୍ର ଙ୍କୁ ଅବଗତ କରାଯାଇଥିବା ବେଳେ ଭିଏଲଡବଲ୍ୟୁ ଙ୍କୁ ଫୋନ କରାଯାଇଥିଲେ ମଧ୍ଯ ବ୍ୟସ୍ତତା ଥିବାର କହି ଫୋନ କାଟି ଦେଇଥିଲେ l ଆଉ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଦିନ ଦଶଟା ସୁଦ୍ଧା ମାଣତୀରା ପଞ୍ଚାୟତ କାର୍ଯ୍ଯାଳୟରେ ଜାତିୟ ପତାକା ଉଡାଯିବାର କୌଣଷି ଚିହ୍ନ ବର୍ଣ୍ଣ ନଥିଲା lସକାଳୁ ପତାକା ଉତ୍ତୋଳନ ପରେ ସଂଧ୍ୟା ପୁର୍ବରୁ ପତାକାକୁ ଖୋଲି ରଖାଯିବାର ନିୟମ ଥିଲେ ମଧ୍ଯ ପତାକା ଉତ୍ତୋଳନ ର କୌଣଷି ଚିହ୍ନ ବର୍ଣ୍ଣ ନାହିଁ l ଏଥିରୁ ଯାହା ଜଣାପଡେ ପତାକା ଉତ୍ତୋଳନ କରି ସଙ୍ଗେ ସଙ୍ଗେ ଖୋଲି ପତାକାକୁ ରଖିଦିଆଯାଇଛି ବା ପତାକା ଉତ୍ତୋଳନ ଆଦୌ କରାଯାଇନାହିଁ l ଏଥିପାଇଁ ପଞ୍ଚାୟତ ର ଭିଏଲଡବଲ୍ୟୁ କୁଳମଣି ଦାସ ଙ୍କ ଭୁମିକା ସନ୍ଦେହ ଘେରରେ l ପଞ୍ଚାୟତ ଜିଆରଏସ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଥିବାରୁ ଭିଏଲଡବଲ୍ୟୁ କୁଳମଣି ଦାସ ଙ୍କ ମନମୁଖୀ କାର୍ଯ୍ଯ କୁ ପଞ୍ଚାୟତ ର ଜନସାଧାରଣ ସହଜରେ ଗ୍ରହଣ କରିପାରୁ ନାହାନ୍ତି l କାହା ଇଙ୍ଗିତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହିପରି ଅନିୟମିତା ବେଆଇନ କାର୍ଯ୍ୟ କରୁଛନ୍ତି ତାହା ତଦନ୍ତ ସାପେକ୍ଷ l ଏହାର ବିଧିବଦ୍ଧ ତଦନ୍ତ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !