Posts

Showing posts from April 16, 2022

ସୁକିନ୍ଦା କାଳୀପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ l

Image
ଯାଜପୁର /ସୁକିନ୍ଦା (ବ୍ୟୁରୋ ରିପୋର୍ଟ ):- ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ସୁକିନ୍ଦାଗଡ଼ କାଳୀ ପୂଜା କମିଟି ପକ୍ଷରୁ ସୁକିନ୍ଦାର ଆରାଧ୍ୟ ଦେବୀ ମା ଖଣ୍ଡୁରାଈଙ୍କ ପୀଠ ନିକଟରେ ୧୪ ଓ ୧୫ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l  ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ସ୍ୱାଧୀନ ଦାସ ଓ ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ଆଡ଼ଭୋକେଟ ବିବେକାନନ୍ଦ ବୋଷ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିରେ ଯାଜପୁର ଜିଲା ତଥା ସୁକିନ୍ଦା ବ୍ଲକ ଅଞ୍ଚଳର ବହୁ ପ୍ରତିଭାବାନ କଳାକାର ଅଂଶ ଗ୍ରହଣ କରି ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ l କବୟିତ୍ରୀ ଲବଙ୍ଗଲତା ପରିଡା, ଶିକ୍ଷାବିତ ନାରାୟଣ ମହାପାତ୍ର ଓ ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ମନରଞ୍ଜନ ଦାସ ବିଚାରକ ଭାବେ ଯୋଗ ଦେଇଥିଲେ l କୃତୀତ୍ବ ଅର୍ଜନ କରିଥିବା କଳାକାର ମାନଙ୍କୁ କାଳୀପୂଜା କମିଟି ପକ୍ଷରୁ ପୁରସ୍କୃତ କରାଯାଇଥଲା l ଶେଷରେ କାଳୀପୂଜା କମିଟିର ସଭାପତି ସଞ୍ଜୟ କୁମାର ବେହୁରା ଅତିଥି, କଳାକାର ଓ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )