Posts

Showing posts from October 3, 2022

ସୁକିନ୍ଦା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଗିରଫ ଦାବିରେ ଭାଜପା ପକ୍ଷରୁ ଥାନା ଘେରାଉ l

Image
  ଯାଜପୁର (ସୁକିନ୍ଦା):- ସୁକିନ୍ଦା ବ୍ଲକର ହରିପୁର ପଞ୍ଚାୟତରେ ନିର୍ମିତ ହେଉଥିବା ଏକ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଘଟଣାରେ ହରିପୁର ଭାଜପା ସମର୍ଥିତ ସରପଞ୍ଚ ଶର୍ମିଷ୍ଠା ବରାଳ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା l କନିଷ୍ଠ ଯନ୍ତ୍ରୀ ନିଶାଶକ୍ତ ଅବସ୍ଥାରେ ନିଜ କାର୍ଯ୍ୟାଳୟରେ ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ସୁକିନ୍ଦା ଥାନାରେ ସରପଞ୍ଚ ଅଭିଯୋଗ କରିଥିଲେ l ସରପଞ୍ଚ ବ୍ଲକ କାର୍ଯ୍ୟାଳୟରେ ତାଙ୍କୁ ଦୁର୍ବ୍ୟବହାର କରିଥବା ଦର୍ଶାଇ କନିଷ୍ଟ ଯନ୍ତ୍ରୀଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଥିଲା l ବ୍ଲକ କର୍ମଚାରୀମାନେ ଏହାକୁ ନେଇ କଲମଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ l ପୋଲିସ ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ରବୀନ୍ଦ୍ର ବରାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏହି ଅନ୍ୟାୟ ଗିରଫଦାରୀର ପ୍ରତିବାଦରେ ଓ କନିଷ୍ଠ ଯନ୍ତ୍ରୀଙ୍କ ଗିରଫ ଦାବିରେ ସୁକିନ୍ଦା ଭାଜପା ପକ୍ଷରୁ ଆଜି 3ତାରିଖରେ ସୁକିନ୍ଦା ଥାନା ଘେରାଉ କରାଯାଇଥିଲା l ସୁକିନ୍ଦା ପୋଲିସ ଶାସକ ଦଳ ନେତା ଓ ପ୍ରଶାସନ ଚାପରେ ପକ୍ଷପାତିତା ନୀତି ଅବଲମ୍ବନ କରି ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଗିରଫ କରିଥିବା ପ୍ରତିବାଦରେ ଓ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବ୍ଲକର ଭାଜପା ସମ