ପୁଣି ତେଜିଛି ଇଣ୍ଡିଆ ବନାମ ଭାରତ ବିବାଦ ।
ବ୍ୟୁରୋ ରିପୋର୍ଟ :- ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ୱସ୍ତରୀୟ ନେତାଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ଭାରତ ରାଷ୍ଟ୍ରପତି’ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏବେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ନେମପ୍ଲେଟ୍ ଏହି ନିଆଁରେ ଘିଅ ଢାଳିଛି। କାରଣ ମୋଦିଙ୍କ ନେମପ୍ଲେଟରେ ଇଣ୍ଡିଆ ପରିବର୍ତ୍ତେ ଲେଖାଯାଇଛି ଭାରତ । ଅର୍ଥାତ ବିଶ୍ୱ ସମୁଦାୟ ସମ୍ମୁଖରେ ମୋଦି ନିଜକୁ ଭାରତର ପ୍ରଧାନମନ୍ତ୍ରୀ ରୂପେ ପରିଚିତ କରାଇଛନ୍ତି। ବିରୋଧୀଙ୍କ ମେଣ୍ଟର ନାଁ ‘ଇଣ୍ଡିଆ’ ହୋଇଥିବାରୁ କେନ୍ଦ୍ର ସରକାର ତାହା ବଦଳରେ ‘ଭାରତ’ ଶବ୍ଦର ପ୍ରୟୋଗକୁ ବଢ଼ାଇ ଦେଇଛନ୍ତି। ଚଳିତ ମାସ ଶେଷ ଆଡ଼କୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ‘ଭାରତ’ ନାମର ପ୍ରୟୋଗକୁ ଔପଚାରିକ ଭାବେ ବିଧିବଦ୍ଧ କରିବା ଉକ୍ତ ଅଧିବେଶନର ମୂଳ ଲକ୍ଷ୍ୟ ବୋଲି ଆଲୋଚନା ହେଉଛି। ମାତ୍ର ଏହାକୁ ଏକ ନାଟକ କହିଛନ୍ତି ବିରୋଧୀ ଗୋଷ୍ଠୀ।କେନ୍ଦ୍ର ସରକାର ‘ଇଣ୍ଡିଆ’ ନାଁକୁ ପୂରା ହଟାଇ ଦେଇ କେବଳ ‘ଭାରତ’ ରଖିବାକୁ ଚକ୍ରାନ୍ତ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ମାତ୍ର ଭାରତ’ ଶବ୍ଦ ପୂର୍ବରୁ ସମ୍ବିଧାନରେ ସାମିଲ ଥିବା ବେଳେ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ କେନ୍ଦ୍ର ସରକାର ଏପରି ଖେଳ ଖେଳି ଚାଲିଥିବା ଅଭିଯୋଗ ହୋଇଛି। ବି...