Posts

Showing posts from August 31, 2024

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ଥିରିକୃତ ।

Image
  ଯାଜପୁର, ତା ୩୧/୦୮ :- ଚଳିତ ବର୍ଷ ୨୦୨୪ ସେପ୍ଟେମ୍ବର ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ପି. ଅନ୍ଵେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଛି । ଜନ ସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅଧ୍ୟକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଅଭିଯୋଗ ଗୁଡିକର ତତ୍କାଳ ସମାଧାନ କରିବେ । ଚଳିତ ସେପ୍ଟେମ୍ବର ମାସରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକର କାର୍ଯ୍ୟସୂଚୀ ଅନୁଯାୟୀ ତା ୦୨. ୦୯. ୨୦୨୪ ରିଖ (ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି, ତା ୧୦.୦୯.୨୦୨୪ ରିଖ (ମଙ୍ଗଳବାର) ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ,ତା ୧୭. ୦୯.୨୦୨୪ ରିଖ(ମଙ୍ଗଳବାର) କେ. ଏନ. ଡି. ଏ ସମ୍ମିଳନୀ ଗୃହ, ତା୨୩.୦୯.୨୦୨୪ରିଖ (ସୋମବାର) ଦଶରଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଏବଂ ତା ୩୦.୦୯.୨୦୨୪ ରିଖ (ସୋମବାର) ବରୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ୧୦ ଘଟିକା ସମୟରୁ ଅପରାହ୍ନ ୨ଘଟିକା ସମୟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅ

ସରକାରଙ୍କ ନୂଆ ଅବକାରୀ ନୀତି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମୋହନ ସରକାରଙ୍କ ନୂଆ ଅବକାରୀ ନୀତି । ଗ୍ରାମାଞ୍ଚଳରେ ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ। ଶୁକ୍ରବାର ନୂଆ ଅବକାରୀ ନୀତି ଆଣିଛନ୍ତି ଓଡିଶା ସରକାର। ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ନୂଆ ଆଇନ ଲାଗୁହେବ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନୂଆ ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର୍‌ ହୋଟେଲ୍‌କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଏହା ବ୍ୟତୀତ ଭାଙ୍ଗ, ତାଡ଼ି, ପୋଚ ପାଇଁ ମଧ୍ୟ ନିୟମ ଲାଗୁ ହେବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଚାଲିବ ନାହିଁ। ବାର୍‌ ଗୁଡ଼ିକରେ ଅନୁମତି ନେଇ କରିପାରିବେ ସଂଗୀତ ପରିବେଷଣ । କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି। ବିଚ୍‌ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବା ଅନୁମତି ପର୍ଯ୍ୟଟନ ବିଭାଗର ଦାୟିତ୍ୱ । ଏବେ ଗାଁ ନୂହେଁ ବରଂ ପର୍ଯ୍ୟଟନ ସ୍ଥାଳୀ ରେ ଖୋଲି ପାରିବ ମଦ ଦୋକାନ l ଥ୍ରୀ ଷ୍ଟାର୍ ହୋଟେଲ ଗୁଡିକୁ ମିଳିବ ମଦ ବାର ଲାଇସେନ୍ l ସହରର ସୁରକ୍ଷା, ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଙ୍କ ଏହା ବଡ଼ ନିଷ୍ପତ୍ତି l

ସାରା ରାଜ୍ୟ ପାଳୁଛି ସ୍ୱାୟତ୍ତ ଶାସନ ଦିବସ।

Image
ବ୍ୟୁରୋ ରିପୋର୍ଟ :- ଆଜି ସାରା ରାଜ୍ୟ ପାଳୁଛି ସ୍ୱାୟତ୍ତ ଶାସନ ଦିବସ। ରାଜ୍ୟସ୍ତରରେ ଏହାକୁ ପାଳନ କରିବାକୁ ହୋଇଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ସ୍ୱାୟତ୍ତ ଶାସନ ଦିବସ ପାଳନ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିରେ ୧୩୬ଟି ଲୋକାଭିମୁଖୀ ପ୍ରକଳ୍ପ ରହିଛି। ୨୭ ଜଣ ଓଡ଼ିଶା ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବି ପ୍ରଦାନ କରାଯିବ।ସେହିପରି ସିଏମସି ପକ୍ଷରୁ ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ୱାର୍ଡ଼ରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେବେ। ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଡ଼ିଆ ବଜାରସ ସ୍ଥିତ ନେତାଜୀ ସ୍ମାରକୀ ପ୍ରତିଷ୍ଠାନ, ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ, ଟାଉନହଲ ନିକଟରେ ଆର୍ଟ ଗ୍ୟାଲେରୀ, ଖାନନଗର ସ୍ମଶାନରେ ସିଏନଜି ଗ୍ୟାସ ଚୁଲା ସହ ବିଭିନ୍ନ ୱାର୍ଡ଼ରେ ସ୍ମାର୍ଟ ପାର୍କ, ପୋଖରୀ ପୁନରୁଦ୍ଧାର, ମିଶନଶକ୍ତି ଗୃହ ପ୍ରମୁଖ ଉଦଘ