ସରକାରଙ୍କ ନୂଆ ଅବକାରୀ ନୀତି l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମୋହନ ସରକାରଙ୍କ ନୂଆ ଅବକାରୀ ନୀତି । ଗ୍ରାମାଞ୍ଚଳରେ ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ। ଶୁକ୍ରବାର ନୂଆ ଅବକାରୀ ନୀତି ଆଣିଛନ୍ତି ଓଡିଶା ସରକାର। ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ନୂଆ ଆଇନ ଲାଗୁହେବ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନୂଆ ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର୍‌ ହୋଟେଲ୍‌କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଏହା ବ୍ୟତୀତ ଭାଙ୍ଗ, ତାଡ଼ି, ପୋଚ ପାଇଁ ମଧ୍ୟ ନିୟମ ଲାଗୁ ହେବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଚାଲିବ ନାହିଁ। ବାର୍‌ ଗୁଡ଼ିକରେ ଅନୁମତି ନେଇ କରିପାରିବେ ସଂଗୀତ ପରିବେଷଣ । କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି। ବିଚ୍‌ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବା ଅନୁମତି ପର୍ଯ୍ୟଟନ ବିଭାଗର ଦାୟିତ୍ୱ । ଏବେ ଗାଁ ନୂହେଁ ବରଂ ପର୍ଯ୍ୟଟନ ସ୍ଥାଳୀ ରେ ଖୋଲି ପାରିବ ମଦ ଦୋକାନ l ଥ୍ରୀ ଷ୍ଟାର୍ ହୋଟେଲ ଗୁଡିକୁ ମିଳିବ ମଦ ବାର ଲାଇସେନ୍ l ସହରର ସୁରକ୍ଷା, ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଙ୍କ ଏହା ବଡ଼ ନିଷ୍ପତ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !