Posts

Showing posts from June 8, 2022

ଆଗାମୀ ଦିନରେ ଆସିବେ ଡିଜିଟାଲ୍ ଶିଶୁ!

Image
ବ୍ୟୁରୋ ରିପୋର୍ଟ :- ପ୍ରକୃତରେ ମଣିଷ ଚମତ୍କାର କରୁଛି କିମ୍ବା ଧ୍ବଂସ ଆଡ଼କୁ ଯାଉଛି, ତାହା ଅନୁମାନ କରିହେଉନାହିଁ। ସ୍ମାର୍ଟଫୋନ୍, ସ୍ମାର୍ଟ କାର୍, ସ୍ମାର୍ଟ ଘର ପରେ ଏବେ ସ୍ମାର୍ଟ ଶିଶୁ ଆସିବେ। କିଛି ବର୍ଷ ତଳେ ଜାପାନରେ ବନ୍ଦାଇ କମ୍ପାନୀ ଡିଜିଟାଲ୍ ପଶୁ ତିଆରି କରିଥିଲା। ସେମାନେ ‘ତାମୋଗାଚି’ ନାଁରେ ପରିଚିତ ହେଲେ। ସେହି କ୍ରମରେ ଆଗକୁ ବଢ଼ି ଗବେଷକଦଳ ଡିଜିଟାଲ୍ ପିଲାଙ୍କୁ ତିଆରି କରିବେ। ଆଉ ୫୦ ବର୍ଷ ପରେ ବିଶ୍ବର ପ୍ରତିଟି ପ୍ରାନ୍ତରେ ତାମୋଗାଚି ପିଲାଙ୍କ ଭିଡ଼ ଦେଖାଯିବ ବୋଲି ଗବେଷକ କହିଛନ୍ତି। ଉନ୍ନତଜ୍ଞାନକୌଶଳରେ ତିଆରି ହେବେ ଡିଡିଟାଲ୍ ଶିଶୁ। ଜଣେ ପୁରୁଷ କିମ୍ବା ମହିଳା, ଯେ କେହି ଏହି ପିଲାଙ୍କୁ କିଣିପାରିବେ। ସବୁଠୁ ମଜାର କଥା ହେଲା, ସେମାନେ ଯେତେବେଳେ ଚାହିଁବେ, ଡିଜିଟାଲ୍ ଶିଶୁକୁ ଫେରସ୍ତ ମଧ୍ୟ କରିବେ। ବରାଦ୍ ଦେଇ ଯେମିତି ଚାହୁଁଛନ୍ତି, ଠିକ୍ ସେଇଭଳି ପିଲାଟି ତିଆରି କରାଯାଇପାରିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ପ୍ରସ୍ତୁତ ହେବାକୁ ଯାଉଥିବା ପିଲାମାନେ ଠିକ୍ ସାଧାରଣ ଶିଶୁ ଭଳି କାନ୍ଦିପାରିବେ, ହସିପାରିବେ। ଶୁଣିବାକୁ ଅଜବ ଲାଗୁଛି ସତ, କିନ୍ତୁ ଏହା ହିଁ ସତ।

ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ I

Image
ବ୍ୟୁରୋ ରିପୋର୍ଟ : - ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍‌ ଦ୍ୱାରା ଆସନ୍ତା କାଲି ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡ଼ରେ ଲୋକାର୍ପିତ କରିବେ । ଆଗାମୀ ଦିନରେ ଚିଲିକା ପର୍ଯ୍ୟଟନ କ୍ଷେତ୍ର ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ । କାଲି ଦିନ ୧୦ଟା ସମୟରେ ଚିଲିକା ବଡ଼କୁଳ ପାନ୍ତଃନିବାସ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ନୌବିହାର ସାଙ୍ଗକୁ ବିଦେଶାଗତ ପକ୍ଷୀ ଓ ଡ଼ଲଫିନ ଦେଖିବାର ମଜାକୁ ଦ୍ୱିଗୁଣିତ କରିବ। ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍‌ ନାମକ ଏକ ଘରୋଇ ସଂସ୍ଥା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହାଉସ ବୋଟ ଚିଲିକା ଜଳରାଶିରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିବା ପାଇଁ ଆରମ୍ଭ କରିଛି ଏଭଳି ବ୍ୟବସ୍ଥା। ଏହି ବୋଟରେ ରହିଛି ଅନେକ ସୁବିଧା। ତଳ ମହଲାରେ ୩୦ଜଣ କ୍ଷମତା ବିଶିଷ୍ଟ ରହିଛି ଏକ ବଡ଼ ହଲ୍‌। ଯେଉଁଠାରେ ବିଭିନ୍ନ ଉତ୍ସବ ଓ ସଭା ଅନୁଷ୍ଠିତ ହୋଇପାରିବ। ଏହାରି ମଧ୍ୟରେ ରହିଛି ୬ଟି ବିଳାସପୂର୍ଣ୍ଣ କୋଠରୀ। ଯେଉଁଠାରେ ପର୍ଯ୍ୟଟକ ଚାହିଁଲେ ରାତ୍ରି ଯାପନ କ