Posts

Showing posts from July 20, 2024

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ l

Image
ଭୁବନେଶ୍ବର /କଟକ (ବ୍ୟୁରୋ ରିପୋର୍ଟ) :- ଶନିବାର ଦିନ ଏସସିବି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କମଳା ପୂଜାରୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ଯ ଜନିତ ରୋଗରେ ଅସୁସ୍ଥ ଥିଲେ ଏବଂ ୧୮ ତାରିଖଠୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହି କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।  ତାଙ୍କୁ ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାରରେ କେନ୍ଦ୍ର ସରକାର ସମ୍ମାନୀତ କରିଥିଲେ । ତାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଆହୁରି କହିଛନ୍ତି, ପରିବେଶର ସୁରକ୍ଷା ପାଇଁ ତାଙ୍କ ଅବଦାନ ସ୍ମରଣୀୟ । ଏହାସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଦୁଖଃ ବ୍ୟକ୍ତ କରିଛନ୍ତି l କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁସାରେ,