Posts

Showing posts from December 11, 2021

ଚର୍ଚ୍ଚା ରେ ଶ୍ୟାମଜୀ ରାଇସ ମିଲ, ତଦନ୍ତ ବେଳେ ବନ୍ଦ କୋଠରୀ ରେ ଅଧିକାରୀ ଙ୍କୁ ଆପାଇତ କରିବାର ଭିଡିଓ ଭାଇରାଲ I

Image
  ଖପ୍ରାଖୋଲ :- ବଲାଙ୍ଗିର ଜିଲ୍ଲା ର ମଣ୍ଡି ପୂର୍ବରୁ ଜିଲ୍ଲା ରେ ଥିବା ରାଇସ ମିଲ୍ ଗୁଡିକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା l ଯାଞ୍ଚ ସମୟରେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ସଲଣ୍ଡି ନିକଟରେ ଥିବା ଶ୍ୟାମଜୀ ରାଇସ ମିଲ୍ ରେ ମିଲ୍ ର ଷ୍ଟକ ରେଜିଷ୍ଟର ଠାରୁ ଅଧିକ ପରିମାଣ ର ଧାନ ଓ ଚାଉଳ ଗଛିତ ଥିବା ଜଣାପଡିଥିଲା l ଯାହାକୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ମିଲ୍ କୁ ଘନ ଘନ ଗସ୍ତ କରି ପୁଙ୍ଖାନୁ ପୁଙ୍ଖା ତଦନ୍ତ କରୁଛନ୍ତି l  ତଦନ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବି ଗେଟ ଭିତର କୁ ପ୍ରବେଶ କରିବାକୁ ଦେଇନଥିଲେ l ବାହାରେ ଗେଟ ବନ୍ଦ କରି ଭିତରେ ଖୋଳତାଳ ଆରମ୍ଭ କରିଥିଲେ ତଦନ୍ତ ଅଧିକାରୀ I ଅପରାହ୍ନ ୩ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଗେଟ ଭିତରେ ଅଧିକାରୀ ମାନେ ଉପସ୍ଥିତ ରହି ଯାଞ୍ଚ କରିଥିଲେ |  ଅନ୍ୟପଟେ ଯାଞ୍ଚ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରଲ ହେବାକୁ ଲାଗିଛି | ତଦନ୍ତ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ମିଲ୍ ମାଲିକ ଙ୍କ ସହ ଏକ କୋଠରୀ ରେ ବସି ଚା ପାଣି ନାସ୍ତା କରୁଥୁବାର ଦୃଶ୍ୟ ଦେଖିବାକୁ ମିଳୁଛି l  ଯାହାକୁ ନେଇ ସମ୍ପୃକ୍ତ ମିଲ୍ ମାଲିକ ଏବଂ ତଦନ୍ତ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ସଂଗଠନ ର କର୍ମକର୍ତ୍ତା l ଏ ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଲପାରିନା