Posts

Showing posts from March 20, 2021

ବିସ୍ଥାପିତ ଓ ପୋଲିସ୍ ମୁହାମୁହିଁ, ନାଲକୋ ବିସ୍ଥାପିତ ଙ୍କୁ ମିଳୁନାହିଁ ମୌଳିକ ସୁବିଧା l

Image
କୋରାପୁଟ(ବ୍ୟୁରୋ ରିପୋର୍ଟ) : - କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍‌ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଟିୟର ଗ୍ୟାସ ଚଳାଇଛି ପୁଲିସ୍‌। ଏପରିକି ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ଗିରଫ କରିଛି ପୁଲିସ୍‌। ନାଲକୋରେ ନିଯୁକ୍ତି ଦାବି କରି ଗତ ୪ ଦିନ ହେଲା ବିସ୍ଥାପିତମାନେ ଧାରଣାରେ ବସିଛନ୍ତି। ଏଥିଯୋଗୁ ଅଂଳାବଡି ଛକଠାରୁ ମାଇନ୍ସକୁ ରାସ୍ତା ବନ୍ଦ କରି ଦେଇଛନ୍ତି ବିସ୍ଥାପିତ। ଫଳରେ ନାଲ୍‌କୋର ଦିନକୁ ୨୫ ହଜାର ମେଟ୍ରିକ ଟନ ଉତ୍ପାଦନ ବନ୍ଦ ରହିଛି। ଘଟଣାର ସମାଧାନ ନିମନ୍ତେ ଗତକାଲି ରାତିରେ ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ କୌଣସି ସମାଧାନ ହୋଇପାରି ନ ଥିଲା। ଏହାପରେ ଆଜି ସକାଳୁ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରୁ ମାଇନ୍ସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ। ଏହାପରେ ପୁଣି ଥରେ ଆଜି ସକାଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଆନ୍ଦୋଳନକାରୀଙ୍କ ପଛ ପଟୁ ଢେଲା ମାଡ଼ ହୋଇଥିଲା। ଏଥିରେ ଗୋଟିଏ ପୁଲିସ୍‌ ଗାଡ଼ି ସହ ୨ଟି ପୁଲିସ୍‌ ବସ୍‌ ଚୁରମାର ହୋଇଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ ଟିୟର ଗ୍ୟାସ ଚଳାଇଥିଲା। ଘଟଣାସ୍ଥଳରେ ୮ ପ୍ଲାଟୁନ ପୁଲିସ୍‌ ମୁତୟନ କରାଯାଇଛି। ପରିସ୍ଥିତିକୁ ନିୟନ୍ତ...

ପେସାରେ କାର୍ଯ୍ୟରତ ଡାକ୍ତର, ନିଶା ଥିଲା ଚୋରୀ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, କିନ୍ତୁ ଫୁଲ ଟାଇମ ଚୋର । ୫୭ ବର୍ଷ ବୟସରେ ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା । ନାମ ସୂର୍ଯ୍ୟକାନ୍ତ ପଲେଇ ଓରଫ ପାକୁଆ । ନିମାପଡ଼ା ସ୍ଥିତ ବଳଙ୍ଗାରେ ହୋମିଓପ୍ୟାଥି କ୍ଲିନିକ ସନ୍ଧ୍ୟାରେ ଖୋଲିବା ପରେ ରାତିରେ ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି । ବର୍ଷେ କିମ୍ବା ୨ ବର୍ଷ ନୁହେଁ, ୨୩ ବର୍ଷ ଧରି ସେ ଲୁଟ କରୁଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି । କମିଶନରେଟ ପୋଲିସର ଖଣ୍ଡଗିରି ଥାନା ରଘୁନାଥନଗର ଓ ସରକନ୍ତରା ଅଞ୍ଚଳରୁ ଲୁଟ କରୁଥିବା ଅବସ୍ଥାରେ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା l ସେମାନଙ୍କୁ ପଚରାଉଚରା ବେଳେ ଏହି ପାର୍ଟ ଟାଇମ ଡାକ୍ତରଙ୍କ ସମ୍ପର୍କରେ ସୂଚନା ପାଇଥିଲା । କମିଶନରେଟ ପୋଲିସର ଅଧିକାଂଶ ଥାନାରେ ଏମାନଙ୍କ ନାମରେ କେସ ଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ୩୩ ହଜାର ଟଙ୍କା, ଅଧକେଜି ରୂପା, ୩୧ ଗ୍ରାମ ସୁନା ପୋଲିସ ଜବତ କରିଛି । ତେବେ ଅନ୍ୟ ଥାନା ମାନଙ୍କରେ ହୋଇଥିବା ଲୁଟରେ ଏମାନଙ୍କ ସମ୍ପୃକ୍ତି ନେଇ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ଦେଇଛି ପୋଲିସ । A doctor working in the profession, addiction was theft.  Bhubaneswar (Beuro Report): - Part-time homeopathy doctor, but full-time thief. At the age of ...