ନାଗେଶ ଟ୍ରଫି-ଦିଲ୍ଲୀକୁ ହରାଇ ଓଡ଼ିଶା କ୍ୱାଟର୍ ଫାଇନାଲ୍ ରେ।

ବ୍ୟୁରୋ ରିପୋର୍ଟ - ବାଙ୍ଗାଲୋରରେ ଚାଲୁଥିବା ଜାତୀୟ ଦୃଷ୍ଟିହୀନ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ଓଡ଼ିଶା ଦିଲ୍ଲୀକୁ ୧୦ ୱିକେଟ ରେ ହରାଇ କ୍ୱାଟର୍ ଫାଇନାଲ୍ କୁ ଯାଇଛି । ଗତ କାଲି ଆନ୍ଧ୍ରପ୍ରଦେଶ ବିପକ୍ଷରେ କଡ଼ା ଟକ୍କର ଦେଇ ପରାଜୟ ସ୍ୱୀକାର କରିଥିବା ଓଡ଼ିଶା ଦଳ, ଆଜି କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଖୁବ୍ ଭଲ ପଦର୍ଶନ କରିଥିଲା। ବାଙ୍ଗାଲୋର ଠାରେ ଥିବା ନିର୍ମାଣ-ୱାନ କ୍ରିକେଟ ଷ୍ଟାଡିୟମ ରେ ଓଡ଼ିଶା ଆଜି ତାର ୪ର୍ଥ ଲିଗ୍ ମ୍ୟାଚ୍ ରେ ଦିଲ୍ଲୀକୁ ଭେଟିଥିବା ବେଳେ , ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା l ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୧୩୬/୭ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ ମନୀଷ କୁମାର ୪୦ବଲ ରେ ୩୬ ରନ୍ ଓ ଅକ୍ଷୟ ବର୍ମା ୨୫ବଲ ରେ ୨୬ ରନ୍ କରିଥିଲେ। ବୋଲିଙ୍ଗରେ: ଓଡ଼ିଶାର ବ1 ବର୍ଗର ଖେଳାଳି ତପନ କୁମାର ଗୋଉଡ଼ ୪ ଓଭର ବୋଲିଂ କରି ମାତ୍ର ୨୬ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ, ସୁଖରାମ ମାଝି ୩ ଓଭର ୧୨ ରନ୍ ୧ ୱିକେଟ , ନକୁଳ ବଡନାୟକ ୪ ଓଭର ୩୦ ରନ୍ ୧ ୱିକେଟ ଏବଂ ପଙ୍କଜ ଭୁଏ ୪ ଓଭର ୨୬ ରନ୍ ୧ ୱିକେଟ ସଂଗ୍ରହ କରିଥିଲେ।ଅପରପକ୍ଷରେ ଓଡ଼ିଶା ୧୧.୪ ଓଭରରେ ୧୩୭/୦ ରନ୍ କରି ଏହି ମ୍ୟାଚ୍ କୁ ୧୦ ୱିକେଟ ରେ ଜିତି ନେଇଥିଲା। ଓଡ଼ିଶା ପକ୍ଷରୁ ସୁଖରାମ ମାଝି ୭୧/୩୯ ବଲ୍ ରେ ୧୧ ଚୌକ...