Posts

Showing posts from September 16, 2022

ନୂଆ ରୂପ ପାଇଲା କଳିଙ୍ଗନଗର ପାର୍କ l ନବୀକରଣ ଉଦ୍ୟାନ ବୁଲିଲେ ମନ୍ତ୍ରୀ ପ୍ରୀତିରଞ୍ଜନ..

Image
  ଯାଜପୁର (ଜଖପୁରା) :- ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ଜଖପୁରା ଅଞ୍ଚଳ ରେ ଥିବା ପାର୍କ ଟି ନୂଆ ରୂପ ଧାରଣ କରିଛି l ଦୁଇ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହିଥିବା ପାର୍କ କୁ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଜେ ଏସ୍ ଡବ୍ଲ୍ୟୁ ନବୀକରଣ କରାଇଛି l ଓଡିଶା ସରକାରଙ୍କ ଗ୍ରାମୀଣ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ ଜେ ଏସ୍ ଡବ୍ଲ୍ୟୁ ଦ୍ଵାରା ନବୀକରଣ ପାର୍କ କୁ ଶୁକ୍ରବାର ବୁଲି ଦେଖିଛନ୍ତି l ଏହି ଅବସରରେ ପାର୍କ ର ସୌନ୍ଦର୍ଯ୍ୟକରଣ ଫେରାଇ ଆଣିବା ଏବଂ ସାମାଜିକ ଦାୟିତ୍ୱବୋଧତା କାର୍ଯ୍ୟକ୍ରମ (ସିଏସ୍ଆର) ଜେ ଏସ୍ ଡବ୍ଲ୍ୟୁ ର ବିଭିନ୍ନ ପଦକ୍ଷେପ କୁ ପ୍ରଶଂସା କରିଥିଲେ ମନ୍ତ୍ରୀ l ଅଣ୍ଡର ଗ୍ରାଉଣ୍ଡରେ ସ୍ଲରୀ ପାଇପଲାଇନ୍ ବିଛାଇବା ପରେ ଜେ ଏସ୍ ଡବ୍ଲ୍ୟୁ ଉକ୍ତ ନବୀକରଣ କାର୍ଯ୍ୟ କୁ ଦାୟିତ୍ଵ ନେଇ ପାର୍କ କୁ ଏକ ସବୁଜ ଆକର୍ଷଣୀୟ ସ୍ଥଳ କରାଯାଇଛି l ପାର୍କ ପରିସରରେ ସୁନ୍ଦର୍ ଲନ, ପ୍ରବେଶପଥ, ଫୁଟ୍ ଫାଟ, ଓ ବେଞ୍ଚ୍ ନିର୍ମାଣ କରାଯାଉଛି l ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ମଧ୍ଯ କରାଯାଇଛି l ଏହି କର୍ଯ୍ୟକ୍ରମ ରେ ଜେ ଏସ୍ ଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ପ୍ରକଲ୍ପ ମୁଖ୍ୟ ଅଶେଷ କୁମାର ପାଢ଼ୀ, ପାଇପ୍ ଲାଇନ ଆସୋସିଏଟ ଭାଇସ୍ ପ୍ରେସିଡେଣ୍ଟ ସୁଦୀପ ଦେ ଏବଂ କମ୍ପାନୀ ର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ l ଏହି ଉତ୍ସବ ଅବସରରେ ଜ