Posts

Showing posts from June 17, 2022

କେନ୍ଦ୍ର ସରକାର ଙ୍କ ନିଯୁକ୍ତି ପ୍ରକ୍ରିୟା ଆଉ ପାଦେ ଆଗରେ.. I

Image
ବ୍ୟୁରୋ ରିପୋର୍ଟ :- ଅଗ୍ନିପଥ ଯୋଜନାରେ ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ଡିସେମ୍ବରରେ ଟ୍ରେନିଂ ଦିଆଯିବ । କେନ୍ଦ୍ରର ନୂଆ ଯୋଜନାକୁ ନେଇ ଜୋରଦାର ପ୍ରତିବାଦ ମଧ୍ୟରେ ଆସନ୍ତା ଶୁକ୍ରବାର ଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ୨୦୨୨ ମସିହାରେ ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ଅନେକ ଯୁବକଙ୍କୁ ସୁଯୋଗ ଦେବ । ଯେଉଁମାନେ ସେନାରେ ଭର୍ତ୍ତି ହେବାପାଇଁ ଚାହୁଁଥିଲେ, ସେମାନେ ନୂଆ ଯୋଜନାରେ ନିଯୁକ୍ତି ପାଇବେ! *ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ନିଯୁକ୍ତି ହୋଇପାରିନି । ଏଥି ସହିତ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି, ଆସନ୍ତା ଶୁକ୍ରବାର ଜୁନ୍ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨ଦିନ ମଧ୍ୟରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ । ଏହା ପରେ ସେନା ନିଯୁକ୍ତିର ବିସ୍ତୃତ କାର୍ଯ୍ୟକ୍ରମ ପ୍ରକାଶ ପାଇବ । ସେହିପରି ଭାରତୀୟ ସେନାରେ 'ଅଗ୍ନିବୀର' ଭାବରେ ଯୋଗଦେବାକୁ ସେନା ମୁଖ୍ୟ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି!