Posts

Showing posts from May 25, 2022

ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌ l

Image
ରାଇରଙ୍ଗପୁର (ବ୍ୟୁରୋ ରିପୋର୍ଟ ) : - ରାଇରଙ୍ଗପୁର ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ । ଗୋରୁ ବେପାରୀ ମୃତ । ୪ ଜଣ ଦୁର୍ବୁତ୍ତ ବେପାରୀଙ୍କ ଉପରକୁ ଗୁଳି ମାଡକରି ୨୦ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ମୃତକ ବେପାରୀ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ସାପ୍ତାହିକ ଗୋରୁ ହାଟ ଚାଲୁଥିବା ବେଳେ ୪ଜଣ ଦୁର୍ବୁତ୍ତ ଆସି ହଠାତ ଜଣେ ଗୋରୁ ବେପାରୀଙ୍କ ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ତାଙ୍କ ଠାରୁ ୨୦ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତ ମାରିଥିବା ଗୁଳି ତାଙ୍କ ଛାତିରେ ଲାଗିବାରୁ ବେପାରୀ ଜଣକ ସେହି ଠାରେ ଟଳି ପଡ଼ିଥିଲେ । ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକ ବେପାରୀ ଜଣକ ହେଲେ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ । ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।