Posts

Showing posts from April 4, 2024

ଦୁର୍ଲ୍ଲଭ କଳା ପରିଷଦ ମଞ୍ଚ ରେ "ଉଦୟବଟ" ପାଳନ କଲା ଉତ୍କଳ ଦିବସ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) : - ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇ ପାରିଥିଲା । ପୁନଶ୍ଚ, ୧୯୯୩ ମସିହା ଏପ୍ରିଲ ୦୧ ତାରିଖରେ ଯାଜପୁର ଏକ ସ୍ୱତନ୍ତ୍ର ଜିଲ୍ଳ୍‌ା ଭାବେ ଗଠିତ ହୋଇଥିଲା । ତେଣୁ ଏପ୍ରିଲ ୦୧ ତାରିଖ ସମସ୍ତ ଯାଜପୁରବାସୀଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ଏହି ପବିତ୍ର ଦିବସକୁ ‘ଉଦୟବଟ’ ପତ୍ରିକା ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ସମ୍ମାନର ସହ ପାଳି ଆସୁଛି । ଏହାଛଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାମାନେ ଫଳକ ଆଦି ଲଗାଇବା ଉପରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଏବଂ ଶ୍ରମିକ ନେତା ଅରୁଣ କୁମାର ଦାସ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅଭିଯୋଗ କରିଆସୁଛନ୍ତି । ତାହା ଏବେ ବହୁ ମାତ୍ରାରେ ମଧ୍ୟ ଫଳପ୍ରଦ ହୋଇଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ଶ୍ରୀ ରାଉତ ସାଧୁବାଦ ଜଣାଇଛନ୍ତି । ଗତକାଲି ସଂନ୍ଧ୍ୟାରେ ପବିତ୍ର “ଉତ୍କଳ ଦିବସ” ଉପଲକ୍ଷେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ, ସୁସାହିତ୍ୟିକ ତଥା ଝାଡ଼େଶ୍ୱର