Posts

Showing posts from April 28, 2024

ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପକ୍ଷୀ ମାନଙ୍କ ପାଇଁ ଜଳସେବା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଏହି ଜଗତରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିବା ଦେଖିବାକୁ ମିଳିଥାଏ l ଏବଂ ଗୋଟିଏ ନାରା ଶୁଣିବାକୁ ମିଳୁଛି "ମାନବ ସେବା ହିଁ ମାଧବ ସେବା" କିନ୍ତୁ ଏହି ଜୀବଜଗତରେ ବସବାସ କରୁଥିବା ନୀରିହ ପଶୁ ପକ୍ଷୀ ମାନଙ୍କ ପାଇଁ କେହିବି ଚିନ୍ତା କରି ନ ଥାନ୍ତି! ହାତଗଣତି କିଛି ସଂଗଠନ ଏବଂ ବ୍ୟକ୍ତିବିଶେଷ ଙ୍କୁ ଛାଡି l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପକ୍ଷୀ ମାନଙ୍କ ପାଇଁ ଜଳ ସେବା ଆରମ୍ଭ ହୋଇଛି l ଆମ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ଗ୍ରୀଷ୍ମରେ ନିରିହ ପଶୁପକ୍ଷୀ ମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଅଭିନବ ପ୍ରୟାସ, ଜଙ୍ଗଲରେ ଥିବା ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା କରାଯାଇଛି । ଖରା ତାତି ବଢିବାରେ ଲାଗିଛି ତାପମାତ୍ରା ବୃଦ୍ଧି ହେଉଛି ତେଣୁ "ଜୀବ ଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ ଆଉ ପ୍ରକୃତି ବଞ୍ଚିଲେ ଏ ମଣିଷ ସମାଜ ବଞ୍ଚିବ" ଏହି ବାର୍ତ୍ତା ନେଇ ଆମେ ଆମର କାର୍ଯ୍ୟଧାରା ଚାଲୁ ରଖିଛୁ l ଜଙ୍ଗଲରେ ନିଆଁ ଲଗାଇବା ନାହିଁ ବରଂ ଜଙ୍ଗଲ ସୃଷ୍ଟି କରିବା ତେଣୁ ସମସ୍ତଙ୍କୁ ଅନୁରୋଧ ପକ୍ଷୀ ମାନଙ୍କ ପାଇଁ ଜଳ ବ୍ୟବସ୍ଥା କରନ୍ତୁ,ସେବା କାର୍ଯ୍ୟକ୍ରମରେ ସମ୍ଭବ ପରିବାର ସକ୍ରିୟ ସଦସ୍ୟ ସୁମିତ୍ରା ସାହୁ ଅନ୍ନପୂର୍ଣ୍ଣା ନାୟକ,ସଞ୍ଜୟ