ବଲାଙ୍ଗୀର ଜିଲ୍ଲା କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ କରୋନା ସଚେତନତା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ I

ବ୍ୟୁରୋ ରିପୋର୍ଟ (Rita vision News) ବଲାଙ୍ଗିର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ସ୍ଥାନୀୟ ଦୈନିକ ବଜାର ଠାରେ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଥିଲା। ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ସଦସ୍ୟମାନେ ଦୈନିକବଜାର ସ୍ଥିତ ରାମ ମନ୍ଦିରଠାରୁ ବାହାରି ବଜାରର ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ। ଏହାସହିତ କରୋନା ସଂପର୍କିତ ସଚେତନତା ପତ୍ର ବାଣ୍ଟି ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବା, ଅତି ଜରୁରୀ ନହେଲେ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି। ପ୍ରଥମେ ସହରରେ ଓ ପରେ ଗାଁ ମାନଙ୍କରେ ମଧ୍ୟ ଏହି ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ଭୋଳ ସୂଚନା ଦେଇଛନ୍ତି। ଏହା ସହ ବଲାଙ୍ଗୀର ଜିଲ୍ଲା ର ସମସ୍ତ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ କରୋନା ସଚେତନତା ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି l