ଯାଜପୁର ରୋଡ଼ ଥାନା ପୋଲିସ କୁ ମିଳିଛି ବଡ ସଫଳତା I

                 ଗିରଫ ଡକାୟତ 
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଥାନା ପୋଲିସ କୁ ମିଳିଛି ବଡ ସଫଳତା l ଏକ କୁଖ୍ୟାତ ଡକାୟତ ଦଳ କୁ କାବୁ କରିବାରେ ସଫଳ ହୋଇଛି ଯାଜପୁର ରୋଡ଼ ପୋଲିସ୍ I 
           ଜବଦ ଦୁଇ ମଟର ସାଇକେଲ 
ଏହି ଗ୍ୟାଙ୍ଗ ର ୪ ଜଣ ଙ୍କୁ ଗିରଫ କରି ସେମାନଙ୍କ ପାଖରୁ ଦୁଇଟି ମଟର ସାଇକେଲ, ଗୋଟିଏ ନମ୍ବର ବିହୀନ କଳା ରଙ୍ଗର ପଲସର୍ 220,ଗୋଟିଏ ଲାଲ ରଙ୍ଗର Victor OD04D - 6564 ମଟର ସାଇକେଲ, ଦୁଇଟି ଜୀବନ୍ତ ବୋମା, ଗୋଟିଏ ଲୁହା ରଡ଼, ଭୁଜାଲି, ଦୁଇଟି ସାମସଙ୍ଗ ଓ ଲେନୋଭୋ ଟ୍ୟାବଲେଟ୍, ୭ଟି ମୋବାଇଲ ଫୋନ, ଗୋଟିଏ micromax ଡଙ୍ଗଲ ଏବଂ ଗୋଟିଏ wireless ସ୍ପିକର ଜବଦ କରିଛି l
          ଜବଦ ହୋଇଥିବା ମାରଣାସ୍ତ୍ର, ବମ୍ ଓ                 ମୋବାଇଲ୍ l
 ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଜାଗାରେ ଡକାୟତି କରିବାକୁ ଯୋଜନା କରୁଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି l ଯାଜପୁର ରୋଡ଼ ଥାନା କେସ୍ ନଂ U/S 399/402 IPC/ 4 ES Act ରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !