ଏୈତିହାସିକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ l
କଟକ (ବ୍ୟୁରୋ ରିପୋର୍ଟ) : - ଏୈତିହାସିକ ପ୍ରସିଦ୍ଧ କଟକ ବାଲିଯାତ୍ରା ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ଏହି ବାଲିଯାତ୍ରା। ମହାନଦୀ ରିଭର୍ ଫ୍ରଣ୍ଟର ବିକାଶ ପାଇଁ ପୂର୍ବରୁ ବଜେଟରେ ୫୦ କୋଟି ଟଙ୍କାର ପ୍ରାବଧାନ ଥିଲା, ଏଥିରେ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥାରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟ ର ବିକାଶ କରାଯିବ। ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୧୪ ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତ ମାନଙ୍କୁ ସ୍ମାରକୀ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥିମାନେ ବାଲିଯାତ୍ରା ସ୍ମରଣିକା ଏବଂ ସାନ୍ତାଳୀ ଭାଷା ରେ ମୁଦ୍ରିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ସାକ୍ଷରତା ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସାଂସଦବୃନ୍ଦ ଓ ବିଧାୟକବୃନ୍ଦ, ମାନ୍ୟବର କଟକ ମେୟର, ବିଶ୍ଵର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଓ ହାଇକମିଶନର ମାନେ ଏବଂ ଅନ୍ୟ ଅଧିକାରୀମାନେ ଏବଂ ମାନ୍ୟଗଣ୍ୟ ବୁଦ୍ଧିଜୀବୀଗଣଙ୍କ ଉପସ୍ଥିତିରେ କଟକ ବାଲିଯାତ୍ରାର ଉଦ୍ଘାଟନୀ ଉ