Posts

Showing posts from July 26, 2021

ସ୍ମାର୍ଟ ଫୋନ୍ ରହିବ ସୁରକ୍ଷିତ, ଆଗକୁ ଆସୁଛି ନୂଆ ଟେକ୍ନୋଲୋଜି, ଜାଣନ୍ତୁ କଣ l

Image
ବ୍ୟୁରୋ ରିପୋର୍ଟ: - ଦିନକୁ ଦିନ ଅଧିକ ସ୍ମାର୍ଟ ହେଉଛି ସ୍ମାର୍ଟ ଫୋନ୍‌ । ଏଥିରେ କେବଳ ସଫ୍ଟଓ୍ୱେର ଫିଚର ନୁହେଁ ବରଂ ହାର୍ଡ଼ଓ୍ୱାର ମଧ୍ୟ ଅପେଡଟ୍‌ ହେଉଛି । ଯେଉଁଥିରେ ସେଲଫୋନ୍‌ କମ୍ପାନୀ ଲୋକଙ୍କ ପାଇଁ ମୋବାଇଲକୁ ଅଧିକ ସୁରକ୍ଷିତ ଏବଂ ସୁବିଧାପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି । ଦିନ ଥିଲା ଏଥିରେ ଥିବା କେତକ ସୁବିଧା ଦିନେ ସ୍ୱପ୍ନ ଭଳି ମନେ ହେଉଥିଲା । ଯେପରିକି ଫ୍ଲୋଲ୍ଡେବଲ ସ୍କ୍ରିନ୍‌ ଯୁକ୍ତ ଫୋନ୍‌ । ଏହିଭଳି ଆଶ୍ଚର୍ଯ୍ୟ କଲାଭଳି ଫିଚର କିଛି ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ । କାରଣ ବୈଜ୍ଞାନିକ ଏଭଳି ପଦାର୍ଥ ଖୋଜି ବାହାର କରିଛନ୍ତି ଯେଉଁଥିରେ ଫାଟି ଯାଇଥିବା ମୋବାଇଲର ସ୍କ୍ରିନ୍‌ କିଛି ସମୟ ମଧ୍ୟରେ ଯୋଡ଼ି ହୋଇଯିବ । ସ୍କ୍ରିନ୍‌ କ୍ରାକ୍‌ ହେବା ଏକ ବିରାଟ ସମସ୍ୟା । କେବେ କେବେ ଆପଣ ଦେଖିଥିବେଯେ, ଖୁବ୍‌ କମ୍‌ ସମୟ ମଧ୍ୟରେ ମୋବଇଲ ସ୍କ୍ରିନ୍‌ କ୍ରାକ୍‌ ହୋଇଯାଏ । ଲୋକମାନେ ଏଥିପାଇଁ ସ୍କ୍ରିନ୍‌ ଗାର୍ଡ଼,ମୋବିଲ କଭର ଆଦି ବ୍ୟବହାର କରନ୍ତି । ଏବେ କୋଲକାତାର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର ଗବେଷକ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି । ସେମାନେ ଏଭଳି ଏକ ପଦାର୍ଥ ଖୋଜି ପାଇଛନ୍ତି ଯାହା ଖୁବ୍‌ ମଜବୁତ ଏବଂ ଆପେଆପେ ଠିକ୍‌ ହୋଇଯାଏ । ବୈଜ୍ଞାନିକ ଦୀର୍ଘଦିନ ଧରି ଏହିଭଳି ପଦାର୍ଥ ଖୋଜି ବାହାର କରିବା ପାଇଁ ପ