Posts

Showing posts from August 27, 2020

ରାଜ୍ୟରେ ନିର୍ମଣାଧୀନ ଶିଳ୍ପପାର୍କ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ ହେବ - ମନ୍ତ୍ରୀ

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :– ରାଜ୍ୟର ନିର୍ମାଣାଧିନ ଶିଳ୍ପ ପାର୍କଗୁଡ଼ିକ ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଜି ଶିଳ୍ପ ବିଭାଗରେ ୫‘ଟି’ ଓ ‘ମୋ ସରକାର’ର କାର୍ଯ୍ୟକାରିତା ସମୀକ୍ଷାବେଳେ ସେ ଏହା ପ୍ରକାଶ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ପ୍ଲାଷ୍ଟିକ୍‌ ପାର୍କ, ପାରାଦ୍ୱୀପ, ଆଲୁମିନିୟମ୍‌ ପାର୍କ, ଅନୁଗୋଳ, ସାମୁଦି୍ରକ ଖାଦ୍ୟ ପାର୍କ, ଡେରାସ୍‌ ଏବଂ ଇଲୋକ୍‌ଟ୍ରୋନିକ୍ସ ପାର୍କ, ଭୁବନେଶ୍ୱର ଅନ୍ତର୍ଭୁକ୍ତ । ଏହି ଅତ୍ୟାଧୁନିକ ପ୍ରକଳ୍ପ ଗୁଡ଼ିକର ଆକର୍ଷଣୀୟ ଅବସ୍ଥିତି ଓ ସୁଲଭ ଜମି ମୂଲ୍ୟ ଯୋଗୁଁ ବହୁ ନିବେଶକାରୀଙ୍କୁ ଆକୃଷ୍ଟ କରି ପାରିଛି ବୋଲି ଏହି ସମୀକ୍ଷାବେଳେ ଜଣାପଡ଼ିଛି । ଏଥି ସହିତ ଶିଳ୍ପ ମନ୍ତ୍ରୀ କଳିଙ୍ଗନଗରଠାରେ ଇସ୍ପାତ୍‌ କ୍ଲଷ୍ଟର ଓ ଜାତୀୟ ନିବେଶ ଏବଂ ପ୍ରସ୍ତୁତକାରୀ ଜୋନ୍‌ ଓ ପାରାଦ୍ୱୀ ପଠାରେ ପେଟ୍ରୋଲିୟମ୍‌ କେମିକାଲ୍‌ ଏବଂ ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶ ଅଞ୍ଚଳ ସଂ ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । କୋଭିଡ୍‌ ମହାମାରୀ ସମୟରେ ଇଡ୍‌କୋ ଏହିସବୁ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରି ପାରିଥିବାରୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ ଅନ୍ୟାନ୍ୟ ନିର୍ମାଣାଧିନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ସରକାରୀ ସହଯୋଗରେ କୌଣସି ଅସୁବିଧା ରହିବ ନାହିଁ ବୋଲି କହି