ଢେଙ୍କାନାଳ ଜିଲ୍ଲା ରୁ ଦୁଇଟି ଅଜଗର ଉଦ୍ଧାର l

ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ରେ ଦୁଇଟି ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ଦୁଇଟି ସାପ ମଧ୍ୟରୁ ଗୋଟିଏ ପନ୍ଦର ଫୁଟର ହୋଇଥିବା ବେଳେ ଆଉ ଗୋଟିଏ ପାଞ୍ଚ ଫୁଟର ଅଜଗର ରହିଛି। ପନ୍ଦର ଫୁଟର ଅଜଗର ସାପଟି ଢେଙ୍କାନାଳ ଗଜମରା ନିକଟସ୍ଥ କମନିଙ୍ଗ ଗାଁରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟଟି ବୋରାପଦା ଜଙ୍ଗଲ ନିକଟସ୍ଥ ଗାଁ ପାଖରୁ ଉଦ୍ଧାର ହୋଇଛି। କମନିଙ୍ଗ ଗାଁ ନିକଟରେ ଇଶ୍ୱର ବେହେରା ନାମକ ଜଣେ ଚାଷୀ ବଗିଚା ସଫ କରୁଥିବା ସମୟରେ ଏହି ଅଜଗର ସାପଟିକୁ ଦେଖିଥିଲେ। ପରେ ୱ।ଇଲ୍ଡ ଲାଇଫ ଓ ସ୍ନେକ ରେସ୍କ୍ୟୁ ଟିମ ଓ ବନବିଭାଗ କୁ ଖବର କରିବା ପରେ ଦୁଇଟି ଯାକ ସାପକୁ ଉଦ୍ଧାର କରାଯାଇ ବୋରାପଦା ନିକଟସ୍ଥ ଜଙ୍ଗଲ ଭିତରକୁ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି।