Posts

Showing posts from November 28, 2021

ବିଶିଷ୍ଟ ସାମ୍ବାଦିକ ଙ୍କ ୬୪ତମ ଜନ୍ମଦିନ ପାଳନ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ବୌଦ୍ଧିକ ସମାବେଶ ଓ ମୁକ୍ତାକାଶ ପାଠାଗାର ପରିସରରେ ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ୬୪ତମ ଜନ୍ମଦିନ ପାଳନ କରାଯାଇଛି । ବୌଦ୍ଧିକ ସମାବେଶ ର ସଭ୍ୟମାନଙ୍କ ଦ୍ୱାରା ରାଜା ଛକ ପରିସରରେ ବନ୍ଦନା ଗାନ କରାଯାଇ ତାଙ୍କର ଦୀର୍ଘାୟୁ କାମନା କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି ପରିପେକ୍ଷିରେ ଶ୍ରୀ ଶତପଥୀ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଶ୍ରୀ ଶତପଥୀ କହିଥିଲେ ରାଜଧାନୀ ସମାବେଶ ର ସମସ୍ତ ସଦସ୍ୟମାନଙ୍କ ଜନ୍ମଦିନ ପାଳନ କରାଯିବ ତା ସହିତ ସେହିଠାରେ କୋୖଣସି ଜଣେ ମହାପୁରୁଷ ଙ୍କ ଓଡ଼ିଆ ଜାତିପତି ଥିବା ଅବଦାନକୁ ସ୍ମୃତି ଚାରଣ କରାଯିବ । ବୌଦ୍ଧିକ ସମାବେଶ ତରଫରୁ ବସ୍ତିରେ ବାସ କରୁଥିବା ଗରିବ ଲୋକଙ୍କ ପିଲା ମାନଙ୍କୁ ରାତ୍ରିରେ ପାଠପଢା ଯିବା ର ବନ୍ଦୋବସ୍ତ କରାଯାଉଅଛି। ରାତ୍ରିରେ ଖୋଲା ଆକାଶ ତଳେ ଶୀତରେ ଶୋଉଥିବା ସମସ୍ତ ଙ୍କୁ କମ୍ବଳ ବଣ୍ଟାଯିବ ବୋଲି କହିଥିଲେ ଏବଂ ଏହାସହିତ ଗରିବ ବସ୍ତିର ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯିବ । ସେ ସମସ୍ତ ସଦସ୍ୟ ଙ୍କୁ ଏକ ଆହ୍ୱାନ ଦେଇଥିଲେ ଯେ ସମସ୍ତେ ମିଶିକି ସମାବେଶ କୁ ଆଗକୁ ଆଗେଇ ନେବାପାଇଁ ବାର୍ତା ଦେଇଥିଲେ । ଏହି ଜନ୍ମଦିନ ଉତ୍ସବରେ ସଭାପତି କମଳ ଲୋଚନ ବିଶ୍ୱାଳ , ଉପସଭାପତି ସୌଭାଗ୍ୟ ରଞ୍ଜନ ମହାନ୍ତି , ସାଧାରଣ ସମ୍ପାଦକ ଲିଙ୍ଗରାଜ କାଟା ,ସମ୍ପାଦକ ରାହୁଲ କୁମାର , ସଂଯୋଜକ ବିମଳ

ଟ୍ରକ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ ଜଣେ ମୃତ ୩ ଗୁରୁତର I

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) :- ଅନଗୁଳ ଜିଲ୍ଲା ପାଳଲହଡା  ୪୯ନମ୍ବର ଜାତୀୟ ରାଜପଥ ମୁକ୍ତପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ I ଆମ୍ବୁଲାନ୍ସ ରେ ଥିବା ଚାରି ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଅବସ୍ଥାରେ ତାଙ୍କୁ ପାଳଲହଡା ଡାକ୍ତରଖାନା ରେ ଭର୍ତି କରାଯାଇଛି l ଆମ୍ବୁଲାନ୍ସ ଟି ବିଳମ୍ବିତ ରାତିରେ ମହାରାଷ୍ଟ୍ର ରୁ କଲିକତା ଅଭିମୁଖେ ଯାଉଥିବା ଜଣାପଡିଛି I ମୃତ ବ୍ୟକ୍ତି ଵିଶାଲ ଅହିରେ ସେ ମହାରାଷ୍ଟ୍ର ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି l