ଆୟୁର୍ବେଦିକ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଦିନବନ୍ଧୁ ମହାରଣା ଙ୍କ କୃତିତ୍ୱ l

ବ୍ୟୁରୋ ରିପୋର୍ଟ (Rita vision News) କଟକ ଓଏମପି ଛକ ମାର୍କେଟ କଂପ୍ଲେସ ରେ ଦୀର୍ଘ ଚାରି ଦଶନ୍ଧି ଧରି ନିସ୍ୱାର୍ଥପର ଭାବେ ରୋଗୀ ଦେଖୁଛନ୍ତି ଆୟୁସୁ ଡାକ୍ତର ଦୀନବନ୍ଧୁ ମହାରଣା,ନିଜ ଜୀବନ କୁ ସେ ରୋଗୀ ମାନଙ୍କ ସେବାରେ ଉତ୍ସାର୍ଗ କରିଦେଇଛନ୍ତି।ସବୁ ପ୍ରକାର ରୋଗ କୁ ସେ ଆୟୁର୍ବେଦିକ ଔଷଧ ମାଧ୍ୟମ ରେ ଶହେପ୍ରତିଶତ ନିରୋଗ କରିଦେଉଛନ୍ତି,ସେଥି ପାଇଁ ସେ ବହୁବାର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।ତାଙ୍କ ମତରେ ଏଲୋପାତି ଔଷଧ ଦେହ ପାଇଁ ହିତକର ନୁହେଁ, ତାହା ରୋଗ ଭଲ କରୁଥିଲେ ମଧ୍ୟ ବହୁ ପାର୍ସପ୍ରତିକ୍ରିୟା ଦେଖାଇ ଥାଏ।ଯେକୌଣସି ପ୍ରକାର ରୋଗ ପାଇଁ ସିଦ୍ଧ ଆୟୁର୍ବେଦିକ ଔଷଧଅଛି ବୋଲି ତାଙ୍କ ମତ।ନିଜର ୨୩ ଏକର ଜମିରେ ସେ ହରବାଲ ବଗିଚା କରିଛନ୍ତି ଯୋଉଠୁ ସେ ବହୁ ଉପକାରୀ ଜରିବୁଟି ସଂଗ୍ରହ କରନ୍ତି, ସେଥିପାଇଁ ତାଙ୍କୁ ରାଜ୍ୟ ସରକାର 'ପ୍ରକୃତିବନ୍ଧୁ'ଓ 'ପରିବେଶ ସମ୍ମାନ' ଭଳି ପୁରସ୍କାର ଦେଇଛନ୍ତି।ଓଡିଶା ରେ ସେ ଡି. ଲିଟ ଡିଗ୍ରୀ ଧାରୀ ପ୍ରଥମ ଡାକ୍ତର,ସେ ୭୦ ଖଣ୍ଡ ଆୟୁର୍ବେଦ ଜନିତ ସ୍ୱାସ୍ଥ୍ୟ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପତ୍ନୀ ଓ ଦୁଇ ଦୁଇ ପୁତ୍ର ମଧ୍ୟ ଆୟୁଷ ଡାକ୍ତର ଅଟନ୍ତି।ଏତେ ଖ୍ୟାତି ଅର୍ଜନ କଲା ପରେ ମଧ୍ୟ ଦୀନବନ୍ଧୁ ଙ୍କ ମନରେ କେହି କେବେ ଅହଂ ଦେଖିପାରି ନାହାଁନ୍ତି,ସବୁ ରୋଗୀ ଙ୍କୁ ସେ ବନ୍ଧୁ ପରି ବ୍ୟବହାର କରନ୍ତି।ସେଥିପାଇ...