ଭାରତ ମହାସାଗରରେ ଥିବା ଏକ ଦ୍ବୀପ ଉପରେ ଭାରତର ଗୁଇନ୍ଦା ନୌସେନା ଆଡ୍ଡା ରହିଛି।

ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : - ଭାରତ ମହାସାଗରରେ ଥିବା ଏକ ଦ୍ବୀପ ଉପରେ ଭାରତର ଗୁଇନ୍ଦା ନୌସେନା ଆଡ୍ଡା ରହିଛି। ଏହି ସେନା ଆଡ୍ଡାର ବ୍ୟବହାର ଭାରତ ସମୁଦ୍ରରେ ବଢୁଥିବା ନିଜର ଶକ୍ତି ଓ ପ୍ରାଧାନ୍ୟ ବଢାଇବା ପାଇଁ କରିବ। କିଛି ଦିନ ପୂର୍ବରୁ କତର ସ୍ଥିତ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ ଅଲ୍ ଜଜିରା ନିଜର ରିସର୍ଚ୍ଚ ଆଧାରରେ ଏହି ଦାବି କରି ସମୁଦ୍ରରେ ଭାରତର ଦମଦାର ସେନାର ଉପସ୍ଥିତିକୁ ଇଶାରା କରିଛି। ଅଲ୍ ଜଜିରା ପକ୍ଷରୁ ଦାବି କରାଯାଇଛି ଯେ, ଭାରତ ମରିଶନ୍ରୁ ୧୧୦୦ କିଲେମିଟର ଦୂରରେ ଅଗାଲୋଗା ଦ୍ବୀପରେ ନିଜର ନୌସେନା ଆଡ୍ଡା ତିଆରି କରୁଛି। ଏହି ସଂସ୍ଥା ସାଟେଲାଇଟ୍ ଇମେଜ୍, ଘଟଣାସ୍ଥଳରେ ଚାଲିଥିବା ନିର୍ମାଣ ଗତିବିଧିର ଆଧାର ଉପରେ ଦାବି କରିଛି ଯେ, ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏପରିକି ଅନ୍ତର୍ଜାତୀୟ ସ୍ତରର ଏୟାରଷ୍ଟ୍ରିପ୍ ତିଆରି କରିଛି, ଯାହାଫଳରେ କୌଣସି ଜାହାଜ ସହଜରେ ଓହ୍ଲାଇ ପାରିବ। ଅଗାଲେଗା ଭାରତ ମହାସାଗରରେ ଥିବା ମରିଶସ୍ର ନିୟନ୍ତ୍ରଣରେ ଥିବା ଏକ ଛୋଟ ଦ୍ବୀପ। ଅଗାଲେଗା ମୁଖ୍ୟ ମରିଶସ୍ ଦ୍ବୀପଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂର ଉତ୍ତରରେ ରହିଛି। ଏହା ୧୨ କିଲୋମିଟର ଲମ୍ବା ଓ ପ୍ରାୟ ୧.୫ କିଲୋମିଟର ଚଉଡା। ସେଠାର ଜନସଂଖ୍ୟା ବହୁତ କମ୍। ଏକ ଅନୁମାନ ଅନୁସାରେ, ସେଠାରେ ମାତ୍ର ୩୦୦-୩୫୦ ଲୋକ ରୁହନ୍ତି। ସବୁଠାରୁ ବଡ କଥା ଏହା ଯେ, ଅଗାଲେଗା ଦ୍ବୀପ ଯେଉଁଠାରେ ହିଛି ସ...