ଭାରତ ମହାସାଗରରେ ଥିବା ଏକ ଦ୍ବୀପ ଉପରେ ଭାରତର ଗୁଇନ୍ଦା ନୌସେନା ଆଡ୍ଡା ରହିଛି।

ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : - ଭାରତ ମହାସାଗରରେ ଥିବା ଏକ ଦ୍ବୀପ ଉପରେ ଭାରତର ଗୁଇନ୍ଦା ନୌସେନା ଆଡ୍ଡା ରହିଛି। ଏହି ସେନା ଆଡ୍ଡାର ବ୍ୟବହାର ଭାରତ ସମୁଦ୍ରରେ ବଢୁଥିବା ନିଜର ଶକ୍ତି ଓ ପ୍ରାଧାନ୍ୟ ବଢାଇବା ପାଇଁ କରିବ। କିଛି ଦିନ ପୂର୍ବରୁ କତର ସ୍ଥିତ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ ଅଲ୍‌ ଜଜିରା ନିଜର ରିସର୍ଚ୍ଚ ଆଧାରରେ ଏହି ଦାବି କରି ସମୁଦ୍ରରେ ଭାରତର ଦମଦାର ସେନାର ଉପସ୍ଥିତିକୁ ଇଶାରା କରିଛି।
ଅଲ୍‌ ଜଜିରା ପକ୍ଷରୁ ଦାବି କରାଯାଇଛି ଯେ, ଭାରତ ମରିଶନ୍‌ରୁ ୧୧୦୦ କିଲେମିଟର ଦୂରରେ ଅଗାଲୋଗା ଦ୍ବୀପରେ ନିଜର ନୌସେନା ଆଡ୍ଡା ତିଆରି କରୁଛି। ଏହି ସଂସ୍ଥା ସାଟେଲାଇଟ୍ ଇମେଜ୍, ଘଟଣାସ୍ଥଳରେ ଚାଲିଥିବା ନିର୍ମାଣ ଗତିବିଧିର ଆଧାର ଉପରେ ଦାବି କରିଛି ଯେ, ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏପରିକି ଅନ୍ତର୍ଜାତୀୟ ସ୍ତରର ଏୟାରଷ୍ଟ୍ରିପ୍ ତିଆରି କରିଛି, ଯାହାଫଳରେ କୌଣସି ଜାହାଜ ସହଜରେ ଓହ୍ଲାଇ ପାରିବ।
ଅଗାଲେଗା ଭାରତ ମହାସାଗରରେ ଥିବା ମରିଶସ୍‌ର ନିୟନ୍ତ୍ରଣରେ ଥିବା ଏକ ଛୋଟ ଦ୍ବୀପ। ଅଗାଲେଗା ମୁଖ୍ୟ ମରିଶସ୍‌ ଦ୍ବୀପଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂର ଉତ୍ତରରେ ରହିଛି। ଏହା ୧୨ କିଲୋମିଟର ଲମ୍ବା ଓ ପ୍ରାୟ ୧.୫ କିଲୋମିଟର ଚଉଡା। ସେଠାର ଜନସଂଖ୍ୟା ବହୁତ କମ୍। ଏକ ଅନୁମାନ ଅନୁସାରେ, ସେଠାରେ ମାତ୍ର ୩୦୦-୩୫୦ ଲୋକ ରୁହନ୍ତି।
ସବୁଠାରୁ ବଡ କଥା ଏହା ଯେ, ଅଗାଲେଗା ଦ୍ବୀପ ଯେଉଁଠାରେ ହିଛି ସେହି କ୍ଷେତ୍ରରେ ଆମେରିକା ସେନା ଆଡ୍ଡା ଡିଏଗୋ ଗାର୍ସିୟା, ଚୀନର ସେନା ଆଡ୍ଡା ଜିବୁତି, ଫ୍ରାନ୍ସର ମିଲିଟାରୀ ବେସ୍ ରିୟୁନିୟୋରେ ରହିଛି। ଏହି ସମସ୍ତ ସେନା ଆଡ୍ଡ ସମୁଦ୍ର ଭିତରେ ରହିଛି। କ୍ଷେତ୍ରଫଳଠାରୁ ମାତ୍ର କିଛି କିଲୋମିଟରେ ଏହି ମିଲିଟାରୀ ଷ୍ଟେସନ୍ ଅପାର ଶକ୍ତି ଧରି ରଖିଛି। ଏହାର ପ୍ରକୃତ ଶକ୍ତି ସେଠାର ସେନା ଓ ରାଷ୍ଟ୍ରାଧ୍ୟକ୍ଷଙ୍କୁ ଜଣାଅଛି।

India has a naval base on an island in the Indian Ocean.
New Delhi: An Indian intelligence base is located on an island in the Indian Ocean. The military base will be used by India to increase its power and dominance in the sea. A few days ago, Qatar-based international news channel Al-Jazeera made the claim based on its own research, pointing to the presence of the Indian Army in the sea.
 Al-Jazeera claims that India is building its own naval base on the island of Agaloga, 1,100 km from Mauritius. The company claims that the satellite image, based on the ongoing construction activities at the scene, is in full swing. It has even built an international level airstrip, so that any ship can get off easily.
 Agalega is a small island controlled by Mauritius in the Indian Ocean. Agalege is located about 1,000 km north of the main island of Mauritius. It is 12 km long and about 1.5 km wide. The population there is very small. It is estimated that there are only 300-350 people living there.
 Most importantly, where the island of Agalegha is located, the U.S. military is located in Diego Garcia, the Chinese military base in Djibouti, and the French military base in Rio de Janeiro. All of these troops are in the sea. Just a few kilometers from the site, the military station has a lot of power. Its true power is known to the army and the president there.


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !