ସମୟର ଚକ୍ରବ୍ୟୁହରେ ସ୍ଵର୍ଣ୍ଣଗର୍ଭା ସୁକିନ୍ଦା - ବିଶେଷ ଆଲେଖ୍ୟ, ହଳଧର ଧୀର ବରିଷ୍ଠ ସାମ୍ବାଦିକ l
ଓଡ଼ିଶାର ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ, ସାମାଜିକ ମାନଚିତ୍ରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପ୍ରମୁଖ ସ୍ଥାନ ଅଧିକାର କରିଛି । ଓଡ଼ିଶାର ଏହି ଗୌରବମୟ ନିର୍ବାଚନ ମଣ୍ଡଳୀର ନେତୃତ୍ବ ରାଜ୍ୟ ନେତୃତ୍ବ କ୍ଷେତ୍ରରେ ମଧ୍ୟ ପ୍ରାଧାନ୍ୟ ଲାଭ କରିଆସିଛି । ସ୍ୱାଧ୍ଵନତା ଆନ୍ଦୋଳନଠାରୁ ଆରମ୍ଭ କରି ସ୍ୱାଧନତା ପରବର୍ତ୍ତୀ ଅଶୀଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନା କିଛି ରାଜନୈତିକ ହଟଚମଟ ଭିତରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନେତୃତ୍ୱଗତୀ କରିଆସିଛି । ଅଣ କଂଗ୍ରେସ ଅମଳର ଯୋଜନା କଂଗ୍ରେସ ଅମଳରେ କାର୍ଯ୍ୟକାରୀ ହେବା ଦ୍ଵାରା ଯେପରି କଂଗ୍ରେସ ନେତୃତ୍ଵ ବାହାବାହା ନିଅନ୍ତି । ଠିକ୍ ସେହିପରି କିଛି ଜନତାଦଳ ଅମଳର ନେତୃତ୍ବ ସମୟରେ କାର୍ଯ୍ୟକାରୀ ହୋଇଥିବା ଅଧା ଅଧୁରୀ ଯୋଜନାର ପୂର୍ଣାଙ୍ଗ ରୂପରେଖର ସ୍ଵରୁପକୁ ନେଇ ବର୍ତ୍ତମାନର ନେତୃତ୍ବ ବାହାବାହା ନେବା ସ୍ଵାଭାବିକ ଘଟଣା । ସାଂପ୍ରତିକ ସ୍ଥିତିରେ ରାଜନୈତିକ ସାମ୍ରାଜ୍ୟରେ ଏହା ଘଟିବା ସ୍ଵଭାବିକ ଘଟଣା । କେବଳ ଏଇ ଗୋଟିଏ ନିର୍ବାଚନ ମଣ୍ଡଳୀ ନୁହେଁ ଆମ ଦେଶରେ ଏହି ବ୍ୟବସ୍ଥା ମାଧ୍ୟମରେ ସମଗ୍ର ଜନଜୀବନ ଛନ୍ଦି ହୋଇ ପଡ଼ିଛି । କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ କଥା ଟିକିଏ ନିଆରା ଅଶିଦଶରୁ ଦୁଇ ହଜାର ଚବିଶ ପର୍ଯ୍ୟନ୍ତ ନେତୃତ୍ବ ନେତୃତ୍ବ ମଧ୍ଯରେ ଥୁଲିଥିବା ରାଜନୈତିକ ପଶାପାଲିର ଖେଳରେ ନାରିହଜନତା ବିଚରା ଗୋଟି ହୋଇ ଜୀବନ ବିତାଇବା ଛଡ଼ା ଆ...